• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଝାରସୁଗୁଡ଼ାରେ ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ମାମଲାରେ ଏକ ଧମକପୂର୍ଣ୍ଣ ଫୋନ୍ କଲ ଓଟିଭିର ହସ୍ତଗତ ହୋଇଛି । ସମର୍ଥଙ୍କୁ କିଡନ୍ୟାପ୍ କରିବା ପରେ ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ କେମିତି ୯୦ ଲକ୍ଷ ଟଙ୍କା ପାଇଁ ଧମକ ଦେଇଥିଲେ ଅଭିଯୁକ୍ତ, ତାର ଟେଲିଫୋନିକ କଲ୍ ଓଟିଭି ହାତରେ ଲାଗିଛି ।

ଅପହରଣକାରୀ, ସୁନୀତ ଅଗ୍ରୱାଲଙ୍କୁ ୯୦ ଲକ୍ଷ ଟଙ୍କା ଧରି ହାଓଡ଼ା ଷ୍ଟେସନରେ ପହଞ୍ଚିବା ପାଇଁ ଧମକ ଦେଇଥିଲେ । ତେବେ ବହୁତ ନେହୁରା ଓ କାକୁତି ମିନତି ହୋଇ କହିଥିଲେ ମଧ୍ୟ ଶୁଣିନଥିଲେ ଅପହରଣକାରୀ । ସମର୍ଥଙ୍କୁ ହତ୍ୟା କରିସାରିବା ପରେ ଅପହରଣକାରୀ ୯୦  ଲକ୍ଷ ଟଙ୍କା ମାଗିଥିବା କୁହାଯାଉଛି । ଶୁଣନ୍ତୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ।

 

ନା କାହା ସହ ଶତ୍ରୁତା ଥିଲା, ନା କାହା ସହ ମନୋମାଳିନ୍ୟ ଥିଲା । ହେଲେ ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ଯେଭଳି ହତ୍ୟା କଲେ ଅପହର୍ତ୍ତା, ସାରା ଝାରସୁଗୁଡ଼ା ଆଜି ସ୍ତବ୍ଧ ।

ସୂଚନା ମୁତାବକ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ହତ୍ୟା କରିଥିଲେ ଅପହର୍ତ୍ତା । ଆଶ୍ଚର୍ଯ୍ୟର କଥା ହେଉଛି, ଗିରଫ ୨ ଯୁବକଙ୍କ କୌଣସି ଅପରାଧିକ ପୃଷ୍ଟଭୂମି ନଥିବା ଜଣାପଡ଼ିଥିଲା । କିମ୍ବା ମୃତ ନାବାଳକଙ୍କ ବାପା କୋଟିପତି ବ୍ୟବସାୟୀ ବି ନୁହଁନ୍ତି । ଅଥଚ ଟଙ୍କା ପାଇଁ କିଡନ୍ୟାପ୍ କରି ଯେଭଳି ଜଘନ୍ୟ କାଣ୍ଡ ଭିଆଇଲେ ଦୁର୍ବୃତ୍ତ, ତାକୁ ନେଇ ନାନା ଶଙ୍କା ଲାଗିରହିଥିବାବେଳେ ଢିଲା ଆଇନଶୃଙ୍ଖଳାକୁ ଦାୟୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ନାବାଳକଙ୍କ ସଂପର୍କୀୟ ଓ ଝାରସୁଗୁଡ଼ା ବାସିନ୍ଦା ।