/odishatv-khabar/media/post_attachments/uploadimage/library/16_9/16_9_0/s_1681009224.jpg)
Body of prisoner found hanging in washroom of Boudh special sub-jail
ବୌଦ୍ଧ ସ୍ୱତନ୍ତ୍ର ଉପ କାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। କଏଦୀ ଜଣଙ୍କ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୃତ କଏଦୀ ହେଲେ ଜମଘାଟି ଗାଁର ରବୀନ୍ଦ୍ର ମେହେର। ଜେଲ୍ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରବୀନ୍ଦ୍ର ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବାଉଁଶୁଁନୀ ଥାନା ଅନ୍ତର୍ଗତ ଜମଘାଟି ଗାଁର ରବୀନ୍ଦ୍ର ମେହେର ଗତ ୨୦୧୫ ମସିହାରେ ନିଜ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍ ଗିରଫ କରିଥିଲା। ଏହାପରେ ତାଙ୍କୁ ବୌଦ୍ଧ ଜେଲ୍ରେ ରଖାଯାଇଥିଲା। ପରେ ତାଙ୍କୁ ୨୦୧୮ ମସିହାରେ ବୌଦ୍ଧ ଜିଲ୍ଲା କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
ତେବେ ଗତକାଲି ରବୀନ୍ଦ୍ର ଜେଲ୍ରେ ରାତି ଖାଦ୍ୟ ଖାଇ ସାରିବା ପରେ ଶୌଚାଳୟକୁ ଯାଇଥିଲେ। କିଛି ସମୟ ପରେ ଅନ୍ୟ କଏଦୀ ତାଙ୍କୁ ବେକରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ବର୍ଗ ଏବଂ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହକୁ ଓହ୍ଲାଯିବା ସହ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ମୃତ କଏଦୀଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।
ସୂଚନାଥାଉ କି, ରବୀନ୍ଦ୍ର ଜଣେ ମାନସିକ ରୋଗୀ ଏବଂ ୨୦୧୭ ମସିହାରୁ ସେ ଚିକିତ୍ସିତ ହେଉଥିଲେ ବୋଲି ଜେଲ୍ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ୨୦୧୭ ରେ ପ୍ରଥମେ ସମ୍ବଲପୁର ଜେଲ୍କୁ ପଠାଯାଇ ସେଠାରେ ବୁର୍ଲାରେ ତାଙ୍କୁ ଚିକିତ୍ସିତ କରାଯାଉଥିଲା ଏବଂ ପରେ ତାଙ୍କୁ ୨୦୧୯ରେ ଅଧିକ ଚିକିତ୍ସା ପାଇଁ କଟକ ଚୌଦ୍ଵାର ଜେଲ୍କୁ ମଧ୍ୟ ପଠାଯାଇଥିଲା ବୋଲି ସୂଚନା ମିଳିଛି।
(ରିପୋର୍ଟ- ଦୀପକ ଅଦାର, ବୌଦ୍ଧ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)