/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680774112.jpg)
Man Kills Sister-In-Law In Pune And Her 2 kids
ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରକ୍ତ ଚାଉଳ ଚୋବାଉ ଥିଲା ଦିଅର। ଏନେଇ ଉଭୟ ଦିଅର ଓ ଭାଉଜଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଶେଷରେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ୩୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ଭାଉଜ ଓ ତାଙ୍କର ୨ ପିଲାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ। ମହାରାଷ୍ଟ୍ରର ପୁଣେ ସହରରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି।
ବୁଧବାର ସନ୍ଧ୍ୟାରେ କୋନ୍ଧୱା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ଅଭିଯୁକ୍ତ ଜଣକ ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନା ଅନୁସାରେ, ବୁଧବାର ଦିନ ଅଭିଯୁକ୍ତ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅନ୍ୟ ପୁରୁଷ ସହ ମହିଳାଙ୍କ ସମ୍ପର୍କକୁ ନେଇ ଏହି ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତ ଜଣକ ଉକ୍ତ ମହିଳା ଯିଏକି ତାଙ୍କ ଭାଉଜ ଓ ତାଙ୍କର ୨ ପିଲା(ଜଣେ ୪ ବର୍ଷ ଓ ଅନ୍ୟ ୬ ବର୍ଷ)ଙ୍କୁ ହତ୍ୟା କରିଥିଲା।
ହତ୍ୟା ପରେ ମୃତଦେହକୁ ବେଡ୍ଶିଟ୍ରେ ଗୁଡ଼ାଇ କାଠ ପକାଇ ଏଥିରେ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ। ବୁଧବାର ରାତି ୯ଟାରେ ମହିଳାଙ୍କ ପିସୋଲି ସ୍ଥିତ ଘର ସାମ୍ନାରେ ଏହି ଘଟଣା ଘଟିଥିଲା। ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)