• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ପାଞ୍ଚ ବର୍ଷ ହେଲାଣି ପଇସା ନେଉଛି । ମ୍ୟାଚୁରିଟି ହୋଇଗଲାଣି ବୋଲି ଘରକୁ ଦଉଡ଼ଉଛି । ହେଲେ ପଇସା ଦେଉନି କି ବହି ଦଉନି । ଚାରିଆଡ଼େ ବୁଲି ବୁଲି ଆସିଲିଣି । ପୋଷ୍ଟ୍‌ ଅଫିସ୍ ଗଲେ କହୁଛନ୍ତି, ତୁମେ ବହି ଆଣ । ମୋତେ ସେ ବହି ଦେଇନି, ମୁଁ କେଉଁଠୁ ବହି ଆଣିବି । ମୋ ବଡ଼ବୋହୂ ମଧ୍ୟ ମାସକୁ ୨ ହଜାର ଟଙ୍କା ଜମା କରୁଛି । ହେଲେ ତାକୁ ବି ବହି ଦେଉନି କି ଆଠ ମାସ ହେଲାଣି ଆମ ଘର ମାଡ଼ୁନି । ମୁଁ ମେଡ଼ିକାଲରେ ଚାକିରି କରିଥିଲି । ରକ୍ତ, ପୁଜ ଧୋଇ ପଇସା ରୋଜଗାର କରିଛି । ହେଲେ ମୋ ପଇସା ସେ ଦେଉନି’ କହି କାନ୍ଦୁଛନ୍ତି ବୃଦ୍ଧା ।

ପୋଷ୍ଟ ଅଫିସରେ ଜମା ନାଁରେ ୧୫ ଲକ୍ଷରୁ ଅଧିକ ଠକେଇ । ଜମାକାରୀଙ୍କ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳରେ ଥିବା ଜଣେ ଏଜେଣ୍ଟଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ। ଭୀମଟାଙ୍ଗୀ ପୋଷ୍ଟ ଅଫିସର ଜଣେ ମହିଳା ଏଜେଣ୍ଟ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଏଜେଣ୍ଟ୍‌ ଜଣଙ୍କ ହେଲେ ସ୍ୱର୍ଣ୍ଣଲତା ଦାସ ।

ଗ୍ରାହକଙ୍କୁ ଠାରୁ ଜମା କରିବାକୁ ନେଉଥିଲେ ଟଙ୍କା । ହେଲେ ପୋଷ୍ଟ ଅଫିସ୍ ରେ ଟଙ୍କା ଜମା ନକରି ହଡ଼ପ କରୁଥିଲେ । ଅଭିଯୁକ୍ତଙ୍କ ଘରୁ ପ୍ରାୟ ୧୦୦ରୁ ଅଧିକ ପାସବୁକ୍ ଜବତ କରିଛି ପୋଲିସ । ଜମାକାରୀ ସମ୍ପୃକ୍ତ ମହିଳା ଏଜେଣ୍ଟକୁ ପାସବୁକ୍ ମାଗିବାରୁ ସେ ଦେଇନଥିଲେ । ଏହାକୁ ନେଇ ଜମାକାରୀଙ୍କ ସନ୍ଦେହ ବଢ଼ିଥିଲା । ପୋଷ୍ଟ ଅଫିସ୍ ଯାଇ ପଚରାଉଚରା କରିବାରୁ ତାଙ୍କ ଖାତାରେ ଟଙ୍କା ଜମା ହୋଇନଥିବା ଜଣାପଡିଥିଲା ।

ଏହି କାରବାରରେ ମହିଳା ଏଜେଣ୍ଟଙ୍କ ସହ ଅନ୍ୟ କାହାର ମଧ୍ୟ ହାତ ଥିବା ସନ୍ଦେହ କରିଛନ୍ତି ଜମାକାରୀ । ସମ୍ପୃକ୍ତ ଏଜେଣ୍ଟଙ୍କ ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି...।

  • Reported by:
  • ALOK MOHANTY