Advertisment

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଶବରେ ଲୁଣ ଢାଳିଲେ...

ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Kills Husband With Lover's Help

Woman kills husband with lover's help

ବିବାହିତା ହୋଇ ମଧ୍ୟ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ ମହିଳା। ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇ ସାରିଥିଲେ। ଆଉ ସବୁଦିନ ପାଇଁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ପ୍ରେମିକ ସହ ମିଶି ପ୍ଲାନ୍‌ କରିଥିଲେ। ପ୍ଲାନ୍‌ ଅନୁସାରେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା କରି ପ୍ରମାଣ ଲୁଚାଇବା ପାଇଁ ମୃତଦେହରେ ଲୁଣ ଢାଳି ଦେଇଥିଲେ। ଗତ ମାସରେ ପଶ୍ଚିମବଙ୍ଗର ପୁରୁଲିଆରେ ଜଣେ ମହିଳା ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ଜଣପଡ଼ିଛି। ମୃତକ ହେଲେ ଜୁଦାନ ମହାତୋ। ଅଭିଯୁକ୍ତ ସ୍ତ୍ରୀର ନାଁ ଉତ୍ତରା ଓ ପ୍ରେମିକର ନାଁ କ୍ଷେତ୍ରପାଳ ମହାତୋ। କ୍ଷେତ୍ରପାଳ ଜୟପୁରର ବାସିନ୍ଦା।

Advertisment

ଅଧିକ ପଢ଼ନ୍ତୁ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ; ନଦୀକୂଳରେ ଫିଙ୍ଗିଦେଇ ବୁଲିଲା ବଜାର

କ୍ଷେତ୍ରପାଳର ପ୍ଲାନ୍‌ ଅନୁସାରେ, ଉତ୍ତରା ସ୍ୱାମୀ ଜୁଦାନଙ୍କ ହତ୍ୟା କରିଥିଲେ। ମାଟିରେ ପୋତିବା ପୂର୍ବରୁ ଉତ୍ତରା ମୃତଦେହରେ ଲୁଣ ପକାଇଥିଲେ। ମାର୍ଚ୍ଚ ୨୬ରେ ମୃତଦେହ ମିଳିବା ପରେ ଜୁଦାନଙ୍କ ପୁଅ ପୋଲିସ୍‌ରେ ହତ୍ୟା ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଉତ୍ତରା ଉପରେ ପୋଲିସ୍‌ର ସନ୍ଦେହ ହୋଇଥିଲା। ସେ ହିଁ ସ୍ୱାମୀଙ୍କ ହତ୍ୟାକାରୀ ବୋଲି ପୋଲିସ୍‌ ସନ୍ଦେହ କରିଥିଲା।

Advertisment

ପୋଲିସ୍‌ ଉତ୍ତରାକୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ତେବେ ଜେରା ବେଳେ ସେ ସବୁ ସତ ମାନିଥିଲା। କ୍ଷେତ୍ରପାଳ ସହ ତାଙ୍କର ପରକୀୟା ପ୍ରୀତି ଥିବାରୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିବା ଉତ୍ତରା କହିଥିଲା। ହତ୍ୟାକାଣ୍ଡ ପରେ କ୍ଷେତ୍ରପାଳ ଝାଡ଼ଖଣ୍ଡରେ ଯାଇ ଲୁଚିଥିଲା। ହେଲେ ପୋଲିସ୍‌ ଏସମ୍ପର୍କରେ ଜାଣିବାକୁ ପାଇଥିଲା ଓ ତାକୁ ଗିରଫ କରିଥିଲା।

Murder Murder Case
Advertisment
Advertisment