/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680780972.jpg)
Khandagiri Police SI
ପୁଣି ଜଣେ ଥାନା ବାବୁ ଗରଫ । ୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଖଣ୍ଡଗିରି ଥାନା ପୋଲିସ SI । ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବାର ସୂଚନା ମିଳିଛି । ନାକା ଗେଟ ନିକଟରେ ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ । ତେବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
Advertisment
ଅଧିକ ପଢ଼ନ୍ତୁ: ଲାଞ୍ଚ ନେଇଥିଲେ ରେଳ କର୍ମଚାରୀ; ୩୨ ବର୍ଷ ପରେ ମିଳିଲା ଦଣ୍ଡ
ଭିଜିଲାନ୍ସ ପକ୍ଷରୁ ଏସ୍ଆଇ ସୁଶାନ୍ତ ସ୍ୱାଇଁଙ୍କୁ ପଚରାଉଚରା କରାଯାଉଛି । ପରବର୍ତ୍ତୀ ସମୟରେ ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି । ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ନା ନାହିଁ, ତାହା ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)