/odishatv-khabar/media/post_attachments/uploadimage/library/16_9/16_9_0/Job_fraud_1680771824.jpg)
Job fraud
ଚାକିରି ଦେବା ନାଁରେ ଠକେଇ( Job fraud ) ଅଭିଯୋଗ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ବିଭିନ୍ନ ପୋଷ୍ଟରେ ଚାକିରି କରାଇ ଦେବା ନାଁରେ ହୋଇଛି ଠକେଇ । ଜାଲ ନିଯୁକ୍ତି ପତ୍ର ଦେଇ ହଜାର ହଜାର ଟଙ୍କା ଠକେଇ ହୋଇଛି । କାହାକୁ ଆଟେଣ୍ଡାଣ୍ଟ ତ ଆଉ କାହାକୁ ଡାଟା ଏଣ୍ଟ୍ରି ଅପରେଟର, ଆଉ କେତେକଙ୍କୁ ସିକ୍ୟୁରିଟି ଗାର୍ଡ ଚାକିରି ଦେବା ନାଁରେ ଠକେଇ କରାଯାଇଛି । ଏପରିକି ମେଡିକାଲ କଲେଜର ଡିନଙ୍କ ଦସ୍ତଖତକୁ ଜାଲ କରାଯାଇ ଲେଟର ପ୍ୟାଡରେ ଓଡ଼ିଶା ସରକାରଙ୍କ ଲୋଗୋ ବ୍ୟବହାର କରାଯାଇଛି ।
ଏଭଳି ଉପାୟରେ ଆଶାୟୀ ଯୁବକଯୁବତୀଙ୍କୁ ଠକେଇ ହୋଇଛି । ଏମିତି କି ଏହି ଠକେଇରେ ଜଣେ ସ୍କୁଲ ଶିକ୍ଷକ ସାମିଲ ଥିବା ଅଭିଯୋଗ ହୋଇଛି । ଏଥିରେ ଏକ ରାକେଟ କାର୍ଯ୍ୟ କରୁଥିବା ଜଣାପଡିଛି । ବର୍ତ୍ତମାନ କେବଳ ଚାରି ପାଞ୍ଚ ଜଣ ଆଶାୟୀ ଠକେଇର ଶିକାର ହୋଇଥିବା ଜଣାପଡିଥିବା ବେଳେ ଠକେଇର ଚେର ଆହୁରି ଲମ୍ବିଥିବା ସନ୍ଦେହ କରାଯାଉଛି ।
ଏପଟେ ମେଡିକାଲ କଲେଜ ଡିନ କହିଛନ୍ତି, ଏମିତି ଠକେଇ ହୋଇଥିବା ଜାଣିବାକୁ ମିଳିଛି । ତେଣୁ ଆଶାୟୀମାନେ ସତର୍କତା ଅବଲମ୍ବନ କରନ୍ତୁ । ଏପଟେ ଅଭିଯୋଗକାରୀମାନେ ଟାଉନଥାନାରେ ଏନେଇ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)