Advertisment

୨ ଦିନ ହେଲା ନିଖୋଜ ଥିଲା ୯ ବର୍ଷର ଶିଶୁ, ହଠାତ୍‌ ପାଣି ଟାଙ୍କିରୁ ମିଳିଲା...

ଘର ନିକଟ ଛାତ ଉପରେ ଥିବା ପାଣି ଟାଙ୍କିରୁ ୯ ବର୍ଷ ଶିଶୁର ପଚା ଶବ ଉଦ୍ଧାର କରାଯାଇଛି। ନିଖୋଜର ୨ ଦିନ ପରେ ପାଣି ଟାଙ୍କି ଭିତରୁ ମିଳିଲା ମୃତଦେହ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maharashtra Minor Death

Nine year old girl found dead from water tank in maharashtra

ନିଖୋଜର ୨ ଦିନ ପରେ ପାଣି ଟାଙ୍କି ଭିତରୁ ମିଳିଲା ମୃତଦେହ। ଘର ନିକଟ ଛାତ ଉପରେ ଥିବା ପାଣି ଟାଙ୍କିରୁ ୯ ବର୍ଷ ଶିଶୁର ପଚା ଶବ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଶୁକ୍ରବାର ଦିନ ପୋଲିସ୍‌ ଏହି ସୂଚନା ଦେଇଛି। ପୋଲିସ୍‌ ସୂଚନା ଅନୁସାରେ, ଗତ ଏପ୍ରିଲ ୩ରେ ଭିୱଣ୍ଡି ତହସିଲ ଅଞ୍ଚଳରେ ଶିଶୁଟି ନିଖୋଜ ହୋଇଥିବା ବେଳେ ବୁଧବାର ଦିନ ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ମରିଗଲା ମା’, ମୃତଦେହକୁ ୧୩ ବର୍ଷ ସୋଫାରେ ବସାଇ ପାଗଳଙ୍କ ପରି କଥା ହେଉଥିଲା ପୁଅ

ସୂଚନା ଅନୁସାରେ, ନାବାଳିକା ଜଣକ ଘର ନିକଟରେ ଥିବା ଏକ ଦୋକାନକୁ ଅଣ୍ଡା କିଣିବାକୁ ଯାଇଥିଲେ। ହେଲେ ଘରକୁ ଆଉ ସେ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜାଖଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ଶେଷରେ ପରିବାର ଲୋକ ନିଖୋଜ ନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ।

Advertisment

ତଦନ୍ତ ବେଳେ ପୋଲିସ୍‌କୁ ସୂଚନା ମିଳିଥିଲା, ଶିଶୁଟିର ଶବ ପାଣି ଟାଙ୍କିରୁ ମିଳିଛି। ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପାଣି ଟାଙ୍କି ଭିତରୁ ଶିଶୁଟିର ପଚା ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତଦେହ ଉଦ୍ଧାର ପରେ ଅପହରଣ ମାମଲା ରୁଜୁ କରାଯାଇ ପୋଲିସ୍‌ ମାମଲାର ଯାଞ୍ଚ କରୁଛି। 

Minor Death
Advertisment
Advertisment