Advertisment

ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Man gives divorce to wife after turning victim of cyber fraud

Man gives divorce to wife after turning victim of cyber fraud

ମୋ ଝାଳବୁହା ଟଙ୍କା ତ ଦେଇଦେଲ... ଏବେ ତୁମେ ଯାଅ। ଯେଉଁ ଭୁଲ୍‌ କରିଛ, ମୁଁ କ୍ଷମା ଦେଇପାରିବିନି। ତୁମକୁ ତଲାକ୍... ତଲାକ୍... ତଲାକ୍। ସାଇବର ଠକେଇର ଶିକାର ହେବା ପରେ ସ୍ୱାମୀ ଦେଲେ ତଲାକ୍‌। ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକରୁ । 

Advertisment

ଘଟଣାଟି ଥିଲା ଏମିତି...

ମହିଳା ଜଣକ ରବିଶର୍ମା ନାମକ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ସହ ଫେସବୁକରେ ବନ୍ଧୁତା କରିଥିଲେ। ରବିଶର୍ମା ସମ୍ପୃକ୍ତ ମହିଳାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହ ପଚିଶ ଲକ୍ଷ ଟଙ୍କାର ଗିପ୍ଟ ତଥା ଅଳଙ୍କାର, ଫ୍ରିଜ, ଆଇଫୋନ, ଏସି ଭଳି ଦାମୀ ସାମଗ୍ରୀ କୋରିଅରରେ ପଠାଇଛି ବୋଲି କହିଥିଲା। ଏଥିନେଇ କୋରିଅର ଚାର୍ଜ ବାବଦକୁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା। 

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ। ତେବେ କୌଣସି ସାମଗ୍ରୀ କି ଗିପ୍ଟ ନଆସିବାରୁ ସେ ଅନଲାଇନ ଠକେଇର ଶିକାର ହୋଇଥିବା ଜାଣିପାରି ରବି ଶର୍ମା ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି। ସଦର ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ କରୁଛି। 

Advertisment

କିନ୍ତୁ ଏହି ଘଟଣାକୁ ନେଇ ମହିଳାଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି। ଗୁଜୁରାଟର ଏକ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ସ୍ୱାମୀ ଜାଣିବା ପରେ ଜାଣି ଭୀଷଣ ରାଗିଯାଇଥିଲେ। ଟଙ୍କା ଚାଲି।ଇବା ଶୁଣି ସଂଗେସଂଗେ ସେ ଫୋନ କରି ସ୍ତ୍ରୀଙ୍କୁ ତଲାକ ଦେଇଥିଲେ। ଏହାସହ ତାଙ୍କର ଦୀର୍ଘ ୧୮ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିଯାଇଛି। 

ଏଭଳି ଏକ ଘଟଣl ପରେ ସ୍ୱାମୀ ତଲାକ ଦେଇ ଘରୁ ବାହାର କରିଦେବା ପରେ ମହିଳା ଜଣକ ତାଙ୍କର ଚାରି ପୁଅ ଝିଅଙ୍କୁ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିବା ସହ ଭରଣପୋଷଣ ଦାବି କରିଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ସ୍ୱାମୀର ପ୍ରତିକ୍ରିୟା ମିଳିପାରିନାହିଁ।

Cyber Fraud Triple Talaq Victim
Advertisment
Advertisment