• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିକଳ ହୋଇ ଚିତ୍କାର କରୁଥିଲା ସ୍ତ୍ରୀ । ହେଲେ ଦୃଷ୍ଟିବାଧିତ ସ୍ୱାମୀ କିଛି ବି କରି ପାରିଲା ନାହିଁ । ସ୍ୱାମୀ ସାମ୍ନାରେ ହିଁ ସ୍ତ୍ରୀର ଇଜ୍ଜତ ଲୁଟିଲେ ଦୁର୍ବୃତ୍ତ । ମହାରାଷ୍ଟ୍ରର ଅକୋଲାରେ ଘଟିଛି ଏଭଳି ଏକ ଅତ୍ୟନ୍ତ ଅମାନୁଷିକ ଘଟଣା । ଦୃଷ୍ଟିବାଧିତ ସ୍ୱାମୀ ସାମ୍ନାରେ ଦୃଷ୍ଟିବାଧିତ ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡ଼ିତା ଜଣକ ବସ୍ଷ୍ଟାଣ୍ଡକୁ ରାସ୍ତା ପଚାରୁଥିବା ବେଳେ ଏଭଳି ଘଟଣା ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ।

ମାର୍ଚ୍ଚ ୩୧ ତାରିଖ ରାତିରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଅମରାବତୀ ଜିଲ୍ଲାର ଦମ୍ପତି ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଅକୋଲାର ଦିଗ୍ରସରେ ପହଞ୍ଚିଥିଲେ । କିନ୍ତୁ ରାତି ଅଧିକ ହୋଇ ଯାଇଥିବାରୁ ଦିଗ୍ରସକୁ ଯିବା ପାଇଁ ବସ୍ ମିଳି ନଥିଲା । ଉଭୟ ଦୃଷ୍ଟିବାଧିତ ହୋଇଥିବାରୁ ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅସୁବିଧା ହୋଇଥିଲା । ଏଣୁ ସାହାଯ୍ୟ ପାଇଁ ଜଣେ ଯୁବକଙ୍କୁ ରାସ୍ତା ପଚାରିଥିଲେ ।

ଅଧିକ ପଢ଼ନ୍ତୁ: ଲଜ୍ଜା ! ଆଖିରେ ଦେଖିଲେ ଛାତ୍ରୀଙ୍କ ଦୁଷ୍କର୍ମ, ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

ହେଲେ ସାହାଯ୍ୟ କରିବ କହି ଅଭିଯୁକ୍ତ ଗୁଲାମ ରସୁଲ ଶେଖ ଉଭୟଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା । ରେଳ ଷ୍ଟେସନକୁ ନେଇଯିବା ବାହାନାରେ ମହିଳାଙ୍କ ଇଜ୍ଜତ୍‌ ଲୁଟିଥିଲା । ସେହି ସମୟରେ ମହିଳାଙ୍କ ସ୍ୱାମୀ ପାଖରେ ଥିଲେ ମଧ୍ୟ କିଛି କରିପାରି ନଥିଲେ । ସ୍ତ୍ରୀର ଆକୁଳ ଚିତ୍କାର ଶୁଣି ଅଣ୍ଡାଳି ଅଣ୍ଡାଳି ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ସେ ବା କ’ଣ କରିଥାଆନ୍ତେ ।

ଘଟଣା ଘଟିବା ପରେ ବୁଧବାର ଦିନ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ସହରର ସିଭିଲ୍ ଲାଇନ୍ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ୍‌ ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ କରିବା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି।