Advertisment

କରିନଥିଲେ ଦୁଷ୍କର୍ମ, ହେଲେ କାଟୁଥିଲେ ସଜା; ଦୀର୍ଘ ୪୭ ବର୍ଷ ପରେ ମିଳିଲା ନ୍ୟାୟ

୧୯୭୫ ମସିହାରେ ମ୍ୟାକ୍‌ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Man cleared of rape charges after 47 years in us due to dna evidence

Man cleared of rape charges after 47 years in us due to dna evidence

ଦୁଷ୍କର୍ମ ମାମଲାରେ ସଜା କାଟିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତି । ଅଦାଲତ ବି ଦୋଷୀ ସାବ୍ୟସ୍ତ କଲେ । ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ହୋଇ ଗତ ୪୭ ବର୍ଷ ଲଢ଼ିବା ପରେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଖାଲି ସେତିକି ନୁହେଁ ନାବାଳିକା ଦୁଷ୍କର୍ମ ମାମଲାରେ ସାଢ଼େ ୭ ବର୍ଷ ଜେଲ୍‌ ଦଣ୍ଡ ଭୋଗିଛନ୍ତି ।

Advertisment

ସୂଚନା ମୁତାବକ ଏକ ଦୁଷ୍କର୍ମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ ଏହି ଅପରାଧ କରିନାହାଁନ୍ତି ତେଣୁ ସେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତାଙ୍କୁ ନ୍ୟାୟ ପାଇବାରେ ଡିଏନ୍ଏ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହେଲେ ସେ ନିର୍ଦ୍ଦୋଷରେ ଖଲାସ ହେବାକୁ ଅର୍ଥାତ୍‌ ତାଙ୍କୁ ନ୍ୟାୟ ମିଳିବାକୁ ୪୭ ବର୍ଷ ସମୟ ବିତିଯାଇଛି । ଏହି ମାମଲା ଆମେରିକାରୁ ଆସିଛି । ବ୍ୟକ୍ତିଙ୍କ ନାଁ ହେଉଛି ଲିଓନାର୍ଡ ମ୍ୟାକ୍ । ତାଙ୍କର ବୟସ ବର୍ତ୍ତମାନ ୭୨ ବର୍ଷ ।

୧୯୭୫ ମସିହାରେ ମ୍ୟାକ୍‌ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା । ସେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗରେ କୁହାଯାଇଥିଲା କି ନାବାଳିକା ଜଣକ ଅନ୍ୟ ଜଣେ ଝିଅ ସହ ସ୍କୁଲରୁ ଘରକୁ ଫେରିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା ।

Advertisment

ଏନେଇ ଝିଅଟି ପରିବାର ଆଗରେ କହିବା ପରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଲିଓନାର୍ଡ ମ୍ୟାକ୍‌ଙ୍କୁ ଗିରଫ କରିଥିଲା । ସେହି ସମୟରେ ଉଚିତ ତଥ୍ୟ ଓ ପ୍ରମାଣ ନମିଳିବାରୁ ଲିଓନାର୍ଡ ମ୍ୟାକ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦୀର୍ଘ ୪୭ ବର୍ଷ ଧରି ଏହି ମାମଲା ଲଢ଼ିଆସୁଥିଲେ । ତାଙ୍କୁ ଏହି ଘଟଣାରେ ସାଢ଼େ ୭ ବର୍ଷ ମଧ୍ୟ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ହେଲେ DNA ପାରୀକ୍ଷା କରିବା ପରେ ସେ ବର୍ତ୍ତମାନ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

ଲିଓନାର୍ଡ ମ୍ୟାକ୍‌ଙ୍କ ସହ ଘଟିଥିବା ଏହି ଦୁର୍ଘଟଣା ଆମେରିକା ଇତିହାସରେ ସବୁଠାରୁ ଭୁଲ୍‌ ନିଷ୍ପତ୍ତି ବୋଲି କୁହାଯାଉଛି । ନିଜ ଉପରୁ ଏହି ମିଥ୍ୟା ଆରୋପ ହଟାଇବାକୁ ସେ ୪୭ ବର୍ଷ ଧରି ସଂଘର୍ଷ କରିଆସୁଥିଲେ ।

Rape
Advertisment
Advertisment