Advertisment

‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି’...ସୁଇସାଇଡ୍‌ ନୋଟ୍‌ରେ ଏପରି କିଛି ଲେଖି ଜୀବନ ହାରିଲେ ହୋଟେଲ ମାଲିକ

‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଭାବି ମଧ୍ୟ ସାରିଥିଲି।’ ସୁଇସାଇଡ୍‌ ନୋଟ୍‌ରେ ଏପରି କିଛି କହି ଜଣେ ହୋଟେଲ୍‌ ମାଲିକ ଆତ୍ମହତ୍ୟା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indore hotelier shoots self dead leaves suicide note

Indore hotelier shoots self dead leaves suicide note

‘୩୦ ବର୍ଷ ଯାଏ ବଞ୍ଚିବାକୁ ଚାହୁଁଥିଲି। ଏଥିପାଇଁ ବହୁ ବର୍ଷ ପୂର୍ବରୁ ଭାବି ମଧ୍ୟ ସାରିଥିଲି। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’... ସୁଇସାଇଡ୍‌ ନୋଟ୍‌ରେ ଏପରି କିଛି କହି ଜଣେ ହୋଟେଲ୍‌ ମାଲିକ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ଦିନ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ହୋଟେଲ୍‌ ମାଲିକ ବନ୍ଧୁକରେ ନିଜକୁ ନିଜେ ଗୁଳି କରିଛନ୍ତି। 

Advertisment

୭ ପୃଷ୍ଠା ସମ୍ବଳିତ ଏହି ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ୁଛି, ସମ୍ପୃକ୍ତ ବ୍ୟକ୍ତି ମାନସିକ ସମସ୍ୟା ଦେଇ ଗତି କରୁଥିଲେ। ତେଣୁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ପୋଲିସ୍‌ ଅନୁମାନ କରୁଛି।

ସୂଚନା ଅନୁସାରେ, ଗୁରୁବାର ଦିନ ହୀରା ନଗର ଅଞ୍ଚଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହୋଟେଲ୍‌ ମାଲିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିଜ ସୁରକ୍ଷା ପାଇଁ ୨୦୧୬ ମସିହାରୁ  ନିଜ ପାଖରେ ବ୍ୟକ୍ତି ଜଣକ ରଖିଥିବା ପିସ୍ତଲ ମୃତଦେହ ନିକଟରେ ପଡ଼ିଥିଲା। ସୁଇସାଇଡ୍‌ ନୋଟ୍‌ରେ ସେ ଉଲ୍ଲେଖ କରିଥିଲେ ଯେ, ନିଜ ଜୀବନକୁ ସେ ଶେଷ କରିଦେବା ପାଇଁ ଚାହୁଁଛନ୍ତି। ଏଥିପାଇଁ କେହିବି ଦାୟୀ ନୁହଁନ୍ତି।’

Advertisment

ସୁଇସାଇଡ୍‌ ନୋଟ୍‌ରେ ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ‘୩୦ ବର୍ଷ ଯାଏ ବଞ୍ଚିବେ ବୋଲି ୯ ବର୍ଷ ପୂର୍ବରୁ ସେ ଭାବି ସାରିଥିଲେ। ତାଙ୍କ ଜୀବନରେ କୌଣସି ସମସ୍ୟା ନାହିଁ।’ ପୋଲିସ୍‌ ସୁଇସାଇଡ୍‌ ନୋଟ୍‌ ଜବତ କରି ବିଭିନ୍ନ ଦିଗକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି। 

Deadbody Found
Advertisment
Advertisment