Advertisment

ସକାଳୁ ସକାଳୁ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କଲା CID

ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ସଭାପତି ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଟିମ୍‌ ଗିରଫ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
former Andhra Pradesh CM Chandrababu Naidu in corruption case

former Andhra Pradesh CM Chandrababu Naidu in corruption case

ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟିର ସଭାପତି ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଛି।

Advertisment

ଆନ୍ଧ୍ରପଦେଶ ସିଆଇଡିର ଏକ ଟିମ୍ ଭୋର ପ୍ରାୟ ୩ଟା ବେଳେ ତାଙ୍କ ଘର ଉପରେ ଚଢଉ କରିଥିଲା। ଏହି ସମୟରେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ପୋଲିସକୁ ସେମାନେ ଘର ଭିତରକୁ ଯିବାକୁ ଦେଇ ନଥିଲେ।

ଚନ୍ଦ୍ରବାବୁ ନାଇଡୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ମଧ୍ୟ ଘର ଭିତରେ ପ୍ରବେଶ କରିବା ପାଇଁ ପୋଲିସକୁ ଅନୁମତି ଦେଇ ନଥିଲେ। ସକାଳ ୫ଟା ୩୦ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସେମାନେ ପୋଲିସକୁ ଜଣାଇଥିଲେ।

Advertisment

ଏହାପରେ ଭୋର ପ୍ରାୟ ୬ଟା ବେଳେ ପୋଲିସ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା। ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି।୨୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା। ଗିରଫ ପରେ ଚନ୍ଦ୍ରବାବୁଙ୍କୁ ଆଜି କୋର୍ଟରେ ହାଜର କରାଯିବ।

Advertisment
Advertisment