/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694001005.jpg)
man hangs wife in well
ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଝୁଲାଇ ଦେଲା ସ୍ୱାମୀ । ୫ ଲକ୍ଷ ଟଙ୍କା ଦେଲେ ସ୍ତ୍ରୀକୁ କୂଅରୁ ବାହାର କରିବ ବୋଲି ସମ୍ପର୍କୀୟଙ୍କୁ ଧମକ ମଧ୍ୟ ଦେଲା । ଏମିତି ଘଟଣା ମଧ୍ୟପ୍ରଦେଶ ନିମୁଚ୍ରେ ଦେଖିବାକୁ ମିଳିଛି । ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିଛି ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା । ଯାହାକୁ ସାତଜନ୍ମ ପର୍ଯ୍ୟନ୍ତ ସୁରକ୍ଷା ଦେବ ବୋଲି ପ୍ରତିଶୃତି ଦେଇଥିଲା ଶେଷରେ ତାକୁ ହିଁ ମରଣ ମୁହଁକୁ ଠେଲିଦେଲା । ସୂଚନାନୁଯାୟୀ ମଧ୍ୟପ୍ରଦେଶ ନିମୁଚ୍ ଅଞ୍ଚଳର ରାକେଶ କିର୍ ନିଜ ସ୍ତ୍ରୀକୁ ଯୌତୁକ ପାଇଁ କୂଅରେ ଟାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଆଶ୍ଚର୍ଯ୍ୟର କଥା ହେଲା ରାକେଶ ଏହାର ଏକ ଭିଡିଓ କରି ସ୍ତ୍ରୀ ଉଷାଙ୍କ ସମ୍ପର୍କୀୟଙ୍କୁ ପଠାଇ ଧମକ ମଧ୍ୟ ଦେଇଥିଲା । କହିଥିଲା ଯେ ଯଦି ୫ ଲକ୍ଷ ଟଙ୍କା ନ ଦିଅନ୍ତି, ତେବେ ଉଷାଙ୍କୁ ଜୀବନରୁ ମାରିଦେବେ ।
ଉଷାଙ୍କ ସମ୍ପର୍କୀୟ ରାକେଶଙ୍କ ଗାଁର କିଛି ଲୋକଙ୍କୁ ଯୋଗାଯୋଗ କରିବା ସାଙ୍ଗକୁ ଉଷାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଉଷାଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଏନେଇ ଅବଗତ କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)