/odishatv-khabar/media/post_attachments/uploadimage/library/16_9/16_9_0/loot_1693985272.jpg)
loot
ସ୍ପଷ୍ଟ ଦିବାଲୋକରେ ଫୁଟିଲା ଗୁଳି । ନା ପୋଲିସ୍କୁ ଭୟ ନା ପ୍ରଶାସନକୁ ଖାତିର ଅଛି । କଟକ ସହରରେ ଫାଙ୍କା ଗୁଳି ଫୁଟାଇ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ମତ୍ତଗଜପୁର ଲେବୁଲ୍ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି । ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ସୁନା ଲୁଟି ନେଇଛନ୍ତି ଅପରାଧୀ । ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ମତ୍ତଗଜପୁରରେ ବ୍ୟବସାୟ କରୁଥିବା ହାଟସାହିର ଜଣେ ବ୍ୟବସାୟୀ ଆଜି ସକାଳେ ଘରୁ ବାହାରିଥିଲେ । ଘର ନିକଟରୁ ତାଙ୍କୁ କିଛି ଯୁବକ ପିଛା କରିଥିଲେ, ହେଲେ ସେକଥା ଜାଣି ପାରି ନଥିଲେ ବ୍ୟବସାୟୀ ଜଣକ । ଲେଭଲ କ୍ରସିଂ ନିକଟରେ ନିଛାଟିଆ ଜାଗା ଦେଖି ୩ଟି ବାଇକରେ ଆସିଥିବା ଦୁର୍ବୃତ୍ତମାନେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘେରି ଯାଇଥିଲେ। ଏହାପରେ ସେମାନେ ତାଙ୍କୁ ସବୁ ସୁନା, ଅଳଙ୍କାର ଓ ଟଙ୍କା ଦେଇ ଦେବାକୁ ଧମକ ଦେଇଥିଲେ ।
ବ୍ୟବସାୟୀ ଜଣକ ଡରି ନଯାଇ ଟଙ୍କା ସୁନା ଦେବାକୁ ରୋକଠୋକ ମନା କରି ଦେଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଫାଙ୍ଗା ଗୁଳି ଚାଳନା କରିଥିଲେ । ମାତ୍ର ଭାଗ୍ୟବଶଃତ ତାହା ବ୍ୟବସାୟୀଙ୍କ ଶରୀରରେ ବାଜି ନଥିଲା । ଏଥିଯୋଗୁ ସେ ଭୟଭୀତ ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ନିକଟରେ ଥିବା ୨୫ ହଜାର ଟଙ୍କା ଓ ସୁନା, ଅଳଙ୍କାର ନେଇ ଫେରାର ହୋଇ ଯାଇଥିଲେ। ବ୍ୟକ୍ତିଜଣକ ସୁରକ୍ଷିତ ଥିବା ଜଣାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)