• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଇ ପିଇ ମା, ଝିଅ ଓ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ତିନି ଜଣଙ୍କୁ ସୋହେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ମାଷ୍ଟର୍ ପଡାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି ବିଷ ପିଇ ଘରେ ଶୋଇ ପଡ଼ିଥିଲେ । ଆଜି ଦିନ ୧୧ଟାରେ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ ।

ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ତିନି ଜଣଙ୍କ ମଧ୍ୟରୁ ପୁଅ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମା’ ଓ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

ମାନସିକ ଚାପ ଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା କୁହାଯାଉଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ଦେହାନ୍ତ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା । ଆଉ ସେହି କାରଣରୁ ଏଭଳି କରିଥିବା ଜଣାପଡ଼ିଛି ।