• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନୃଶଂସ ପାଲଟିଗଲା ସ୍ୱାମୀ । ଦୁଇ ଝିଅଙ୍କ ଆଗରେ ସ୍ତ୍ରୀକୁ ଛୁରି ଭୁସି କଲା ହତ୍ୟା । ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ଅତି ନୃଶଂସଭାବେ ସ୍ୱାମୀ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ଏନେଇ ଅଧିକ ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍‌ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । ଫଳରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରିବା ସହ ପରେ ଏକ ଛୁରି ଆଣି ତାଙ୍କୁ ଆକ୍ରମଣ କରିଥିଲା ।

ଅଭିଯୁକ୍ତ ବାପା ମା’କୁ ଛୁରିରେ ଆଘାତ କରୁଥିବା ଦେଖି ଦୁଇଝିଅ ଚିତ୍କାର କରିଥିଲେ । ବାପାଙ୍କ ଠାରୁ ମା’ଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ବଡ଼ ଝିଅ ମା’କୁ ସରୁକ୍ଷା ଦେବାକୁ ଚେଷ୍ଟା କରିବା ସମୟରେ ତାଙ୍କ ହାତ ମଧ୍ୟ ଛୁରିରେ କଟିଯାଇଥିଲା । ପରେ ପରେ ଅଭିଯୁକ୍ତର ଆକ୍ରମଣରେ ମହିଳା ଜଣକ ଜୀବନ ଚାଲିଯାଇଥିଲା ।

ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ଜାଫରାବାଦରେ ଅତି ନିର୍ମମ ଭାବେ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିଛି । ଅଭିଯୁକ୍ତର ନାଁ ସାଜିଦ ହୋଇଥିବାବେଳେ ତାଙ୍କର ଦୁଇଟି ଝିଅ ରହିଛନ୍ତି । ବଡ଼ ଝିଅର ବୟସ ୧୧ ବର୍ଷ । ସାନ ଝିଅ ୭ ବର୍ଷର ବୋଲି ଜଣାପଡ଼ିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ସେପଟେ ହତ୍ୟାକାଣ୍ଡ ସ୍ଥଳରୁ ବ୍ୟବହାର ହୋଇଥିବା ଛୁରିକୁ ଜବତ କରିଛି ପୋଲିସ । ମୃତ ମହିଳାଙ୍କ ବୟସ ୩୪ ବର୍ଷ । ଅଭିଯୁକ୍ତର ବୟସ ୩୬ ବର୍ଷ ବୋଲି ସୂଚନା ଦେଇଛି ପୋଲିସ ।