Advertisment

ଉଜୁଡ଼ିଗଲା ସଂସାର, ଘରର ମୁଖିଆଙ୍କ ମୃତ୍ୟୁ ପରେ ବିଷପିଇ ଦେଲା ପରିବାର

ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Three members of family attempt to end life by consuming poison in Bargarh

Three members of family attempt to end life by consuming poison in Bargarh

ବରଗଡ଼ ଜିଲ୍ଲା ସୋହେଲାର ମାଷ୍ଟରପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ବାପାଙ୍କ ମୃତ୍ୟୁ ପରେ ବିଷ ପିଇ ଦେଲେ ପରିବାରର ଅନ୍ୟ ୩ ସଦସ୍ୟ । ବିଷ ପିଇବା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ମା’ଙ୍କୁ ଚିକିତ୍ସା କରାଯାଉଛି ।

Advertisment

ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯାଉଛି । ସୂଚନା ମୁତାବକ ବାପାଙ୍କ ମୃତ୍ୟୁ ପରେ ସାରା ପରିବାର ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । ତେଣୁ ସେମାନେ ଏପରି ଏକ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ମାଷ୍ଟର୍ ପଡାର ସ୍ୱର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୋଦିନୀ ସାହୁ, ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ ମହାଜନ ଘର କବାଟ ବନ୍ଦ କରି ବିଷ ପିଇ ଘରେ ଶୋଇ ପଡ଼ିଥିଲେ । ଆଜି ଦିନ ୧୧ଟାରେ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର ପାଇବା ପରେ ପୋଲିସକୁ ସୂଚନା ଦେଇଥିଲେ ।

Advertisment

ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଥିବାବେଳେ ମା’ଙ୍କ ଅବସ୍ଥା ଗୁରୁତର ରହିଛି ।

ମାନସିକ ଚାପ ଗ୍ରସ୍ତ ହୋଇ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା କୁହାଯାଉଛି । ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନ ସାହୁଙ୍କ ଦେହାନ୍ତ ପରେ ପୂରା ପରିବାର ଭାଙ୍ଗି ପଡ଼ିଥିଲା । ଆଉ ସେହି କାରଣରୁ ଏଭଳି କରିଥିବା ଜଣାପଡ଼ିଛି ।

Bargarh Suicide
Advertisment
Advertisment