ଆପଣ ଯଦି ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ କୌଣସି ଥାର୍ଡ-ପାର୍ଟୀ ଆପ୍ ବିନା ନିଜ WhatsApp କଲ୍ ରେକର୍ଡିଂ କରିପାରିବେ। ଭବିଷ୍ୟତରେ ଆବଶ୍ୟକ ପଡିଲେ ଏହାକୁ ଆକ୍ସେସ୍ ମଧ୍ୟ କରିପାରିବେ। ତେବେ ଏହାକୁ କିପରି କରିବେ ଆସନ୍ତୁ ଜାଣିବା।
ମାତ୍ର ୬ ମାସ ମଧ୍ୟରେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଏହି ଆପର ନିର୍ମାଣ କରି ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହାର ଅସଲ ଚେହେରା ବର୍ତ୍ତମାନ ସମସ୍ତଙ୍କ ସାମ୍ନାକୁ ଆସିଛି। ଏହି ଏଆଇ ଆପ ଦ୍ବାରା ବାସ୍ତବ ତଥ୍ୟ ସାମ୍ନାକୁ ଆସୁନାହିଁ ବରଂ ଚୀନ ସରକାରଙ୍କୁ ସୁହାଇବା ଭଳି ତଥ୍ୟ ସାମ୍ନାକୁ ଆସୁଛି।
ଏତେ ବୈଷୟିକ ଜ୍ଞାନ କୌଶଳ ଥାଇ ମଧ୍ୟ ଆଜି ପଛରେ ପଡ଼ିଛି ଆମେରିକା । ଆମେ କହୁଛୁ, ସାରା ବିଶ୍ବରେ ହଲଚଲ ସୃଷ୍ଟି କରିଥିବା ଚୀନର ଏଆଇ ଟେକନୋଲୋଜି କଥା । ଚୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମୋବାଇଲ ଆପ୍ଲିକେସନ ‘ଡିପସିକ୍’ ଆମେରିକା ଭଳି ବୈଷୟିକ କୌଶଳରେ ସମୃଦ୍ଧ ଦେଶକୁ ମଧ୍ୟ ଚିନ୍ତାରେ ପକାଇଛି ।
ଉପଭୋକ୍ତାମାନେ ଏବେ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଡିଜିଟାଲ୍ ୱାଲେଟକୁ ଟଙ୍କା ପଠାଇବା ନେଇ ସକ୍ଷମ ହେବେ ଏବଂ ପରେ ଏହାକୁ ପ୍ଲାଟ୍ଫର୍ମରେ ଥିବା ଅନ୍ୟ ୱାଲେଟ୍କୁ ମଧ୍ୟ ପଠାଇ ପାରିବେ। ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ X (ପୂର୍ବରୁ ଟ୍ୱିଟର୍) X Money ଘୋଷଣା କରିଛି।
ଆଜିର ଡିଜିଟାଲ ଯୁଗରେ କୌଣସି ସୂଚନା ପାଇବାର ପ୍ରଥମ ସୋର୍ସ Google ହି ରହିଥାଏ। ତେବେ ଗୁଗୁଲରେ ସବୁ କିଛି ସର୍ଚ୍ଚ କଲେ ଏହାର ଉତ୍ତର ମିଳିଥାଏ। ମାତ୍ର ବେଳେ ବେଳେ ଏହା କୌଣସି ୟୁଜରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ।
ଆମେରିକାର ସେୟାର ମାର୍କେଟରେ ମଧ୍ୟ ଡିପସିକ ପ୍ରଭାବ ପକାଇଛି। ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଟେକନୋଲୋଜି କ୍ଷେତ୍ରରେ ଚୀନର ପ୍ରତିଯୋଗିତା ଦେଖି ଆମେରିକାର ଟେକନୋଲୋଜି କ୍ଷେତ୍ର ନିଶ୍ଚିତ ଭାବେ ଆଲର୍ଟରେ ଆସିବା ଦରକାର ବୋଲି କହିଛନ୍ତି ଟ୍ରମ୍ପ।
ଯଦି ଆପଣଙ୍କର ସନ୍ଦେହ ହୁଏ ଯେ ଆପଣଙ୍କ ହୋଟେଲ ରୁମ୍ରେ କୌଣସି ଏକ ହିଡେନ୍ କ୍ୟାମେରା ଥାଇପାରେ, ତେବେ ଆପଣ ସ୍ମାର୍ଟଫୋନ୍ ଦ୍ୱାରା ଏହାକୁ ଅତି ସହଜରେ ଜାଣିପାରିବେ। ତେବେ କିପରି ଯାଞ୍ଚ କରିବେ ଜାଣିବା ପାଇଁ ପଢନ୍ତୁ।
ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ଆଉ ରହିବନି ମୋବାଇଲ୍ ନେଟୱର୍କ ସମସ୍ୟା। ଭାରତ ସରକାରଙ୍କ ଡିଜିଟାଲ୍ ଭାରତ ନିଧି ଦ୍ବାରା ଦୁର୍ଗମ ଅଞ୍ଚଳରେ BSNL ପକ୍ଷରୁ ବସାଯିବ ୧୫ଶହ ମୋବାଇଲ ଟାୱାର।
ଯିବାକୁ ପଡ଼ିବନି କୋଷ କୋଷ ଦୂର ବାଟ । ଏଣିକି ଘର ଭିତରେ ମୋବାଇଲକୁ ଘାଇଁ ଘାଇଁ ଆସିବ ନେଟୱର୍କ। ପିଲା ଘରେ ବସି ପାଠ ପଢିବେ।
ଗ୍ରାହକଙ୍କ ପାଇଁ ଖୁସି ଖବର। ଏଥର ମାତ୍ର ୨୦ ଟଙ୍କାରେ ଗପି ପାରିବେ ୧୨୦ ଦିନ। ବନ୍ଦ ହେବନି କୌଣସି ବି ନେଟ୍ୱର୍କ। ବିନା କୌଣସି ଡାଟା ରିଚାର୍ଜରେ ବି ଆକ୍ଟିଭ୍ ରହିବ ସବୁ ସିମ୍ ।
ଚୀନର ଅବସ୍ଥିତି ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ରହିଛି । ସାମୁଦ୍ରିକ ସ୍ଥିତି ଏବଂ ଭୌଗଳିକ ଦୃଷ୍ଟିରୁ ଦେଖିଲେ, ଏହା ଏକ ପ୍ରମୁଖ ଦେଶ । ପାକିସ୍ତାନର ସାମୁଦ୍ରିକ ସୀମା ଆରବ ସାଗରକୁ ଲାଗିଛି । କରାଚି ବନ୍ଦର ପାକିସ୍ତାନର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବନ୍ଦର ଅଟେ । ସେହିପରି ଭାରତର ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଦେଖିଲେ ଏହା ଏସିଆର ଏକ ପ୍ରମୁଖ ଶକ୍ତି ବୋଲି କହିହେବ ।
ଆଜିକାଲି ଡାଇନିଂ ଟେବୁଲ୍ରୁ ଆରମ୍ଭ କରି ବାଥ୍ରୁମ୍ ପର୍ଯ୍ୟନ୍ତ ଦିନସାରା ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ସ୍ମାର୍ଟଫୋନ୍ ବ୍ୟାକ୍ଟେରିଆର ସବୁଠାରୁ ବଡ ଘର? ତେଣୁ ସ୍ମାର୍ଟଫୋନକୁ ନିୟମିତ ଭାବେ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ସିଆଚେନ୍ ଗ୍ଲାସିଅରରେ ସେବା ପ୍ରଦାନ କରୁଥିବା ପ୍ରଥମ ଟେଲିକମ୍ ଅପରେଟର ହୋଇଛି JIO। ସେନା ସହାୟତାରେ ବରଫ ପାହାଡ଼ ଉପରେ ଲାଗିଲା ଟାୱାର। ଏହା ଅସାଧ୍ୟ ବୋଲି ପ୍ରଥମେ କୁହାଯାଉଥିଲେ ବି ସେନାବାହିନୀ ପକ୍ଷରୁ ଏହି ବରଫ ପାହାଡକୁ ସରଞ୍ଜାମ ଏୟାରଲିଫ୍ଟ ହୋଇଥିଲା। ସୁରକ୍ଷା ବଳୟରେ କାମ କରିଥିଲେ ରିଲାଏନ୍ସ ଜିଓ କର୍ମଚାରୀ।
ବିଶେଷ ଭାବରେ, ମହିଳାମାନଙ୍କର ଫଟୋ ଏବଂ ଭିଡିଓଗୁଡିକ ଡିପ୍ ଫେକ୍ ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ଅପବ୍ୟବହାର କରାଯାଉଛି। ଅନେକ ସମୟରେ ଏହି କୌଶଳ ବ୍ଲାକ୍ମେଲିଂ, ବଦନାମ ଏବଂ ମିଥ୍ୟା ଖବର ବିସ୍ତାର ପାଇଁ ବ୍ୟବହୃତ ହେଉଛି। ଜାଣନ୍ତୁ କିପରି କରିବେ ସୁରକ୍ଷା?
ଗୁଗୁଲର ନୂଆ ଚୋରି ସୁରକ୍ଷା ସେବା ହେଉଛି ଏପରି ଏକ ସୁରକ୍ଷା ଫିଚର୍, ଯାହା ଆପଣଙ୍କ ସ୍ମାର୍ଟଫୋନ୍କୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ କରିଥାଏ। ତେବେ ଏହି ସେବା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା।
ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ ତାଙ୍କୁ ୫୦ ରୁ ଅଧିକ କମ୍ପାନୀରୁ ସାକ୍ଷାତକାର କଲ୍ ଆସିଲା।
ଜୁକରବର୍ଗ ତାଙ୍କର ପୋଷ୍ଟରେ ଲେଖିଛନ୍ତି,ଏହା ଦ୍ୱାରା ବିଭିନ୍ନ ବର୍ଗର ୟୁଜର୍ସମାନଙ୍କ ସହାୟତାରେ କୌଣସି ପୋଷ୍ଟ ଭ୍ରମାତ୍ମକ କି ନୁହେଁ ତାହା ‘କମ୍ୟୁନିଟି ନୋଟ୍ସ’ ନିର୍ଣ୍ଣୟ ନେଇ ପାରବ । ଏଠି କହିରଖିବୁ, ଫେସବୁକର ଫ୍ୟାକ୍ଟ ଚେକିଂ ପ୍ରୋଗ୍ରାମ ୨୬ଟି ଭାଷାରେ ପରିଚାଳିତ ହେଉଛି । ଏଥିସହିତ ଏଏଫପି ସମେତ ୮୦ରୁ ଅଧିକ ମିଡିଆ ସଂଗଠନ ସହ ମିଶି କାର୍ଯ୍ୟ କରୁଛି।
ଲୋକମାନେ ତୁରନ୍ତ ପାଣି ଗରମ କରିବା ପାଇଁ ୱାଟର କେଟଲ୍ ବ୍ୟବହାର କରନ୍ତି। ପାଣି ଗରମ କରିବା ପାଇଁ ଏହା ଅତ୍ୟନ୍ତ ସୁବିଧାଜନକ ଏବଂ କେଇ ମୁହୂର୍ତ୍ତରେ ପାଣି ଗରମ ହୋଇଯାଏ। କିନ୍ତୁ ଯେଉଁମାନେ ଏହାକୁ ଯତ୍ନର ସହ ବ୍ୟବହାର ନ କରନ୍ତି ସେମାନେ ମଧ୍ୟ ଦୁର୍ଘଟଣାର ଶିକାର ହୁଅନ୍ତି।
ଗତକାଲି ରାତି ୧୦ଟା ବେଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା।
ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ ।
ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆଶ୍ବସ୍ତିର ଖବର। ଫୋନରେ କେବଳ କଲ୍ କିମ୍ବା SMS କରୁଥିଲେ, ଆଉ ନିରୁପାୟ ଭାବେ ଡାଟା ପ୍ୟାକ୍ ଯୋଡ଼ାଥିବା କମ୍ବୋ ପ୍ୟାକ୍ ରିଚାର୍ଜ କରିବାକୁ ପଡ଼ିବନି। ଡୁଆଲ୍ ସିମ୍ ଫୋନରେ ଦ୍ବିତୀୟ ସିମ୍ ଆକ୍ଟିଭ୍ ରଖିବାକୁ ବି ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି। ଉପଭୋକ୍ତାଙ୍କୁ ନିଜର ଆବଶ୍ୟକତା ଅନୁସାରେ ଟାରିଫ୍ ଭାଉଚର୍ ଆଣିବାକୁ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାରଙ୍କ ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇ।
ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ।
ଆଜିକାଲି ଫୋନ୍ ଚାର୍ଜର୍ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର ଆବଶ୍ୟକତା କ’ଣ ଥିଲା? ଏହାର ଲାଭ କ’ଣ?
ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।