Advertisment

Ghibli Studio: କ’ଣ ଏହି ଘିବଲି ଷ୍ଟୁଡିଓ ? ଚାଟଜିପିଟିରେ କାହିଁକି ହେଲା ଟ୍ରେଣ୍ଡ ? ଜାଣନ୍ତୁ...

ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି। କଣ ଏହି ଘିବଲି ଷ୍ଟୁଡିଓ ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
 why did ChatGPT Ghibli Studio suddenly become so popular

why did ChatGPT Ghibli Studio suddenly become so popular

ଏବେ ସୋସିଆଲ ମିଡ଼ିଆରେ ଚାଲିଛି Ghibli ଟ୍ରେଣ୍ଡ। ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି। ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ଟ୍ରେଣ୍ଡ ସାମନାକୁ ଆସୁଛି । ଏଥର ଚାଟ୍‌ ଜିପିଟି ନୂଆ ଇମେଜ ଜେନେରେସନ ସୁବିଧା ସହ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି । ଷ୍ଟୁଡିଓ ଘିବଲି ଇନଷ୍ଟାଗ୍ରାମ, ଫେସବୁକ ଓ ହ୍ବାଟସ ଆପ୍‌ରେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି । ତେବେ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ କଣ ଏହି ଘିବଲି ଷ୍ଟୁଡିଓ ? ଚାଟଜିପିଟିରେ କାହିଁକି ଟ୍ରେଣ୍ଡ କରୁଛି ଘିବଲି ଷ୍ଟୁଡିଓ ? ଆସନ୍ତୁ ଜାଣିବା...

Advertisment

ତେବେ କଣ ଏହି ଘିବଲି ଷ୍ଟୁଡିଓ ? 

ଷ୍ଟୁଡିଓ ଘିବଲି ଏକ ଜାପାନୀ ଆନିମେସନ ଫିଲ୍ମ ଷ୍ଟୁଡିଓ । ଏହାର ଆରମ୍ଭ 1985ରେ ହାୟାଓ ମିୟାଜାକି, ଇସାଓ ତାକାହାଟା ଓ ତୋସିଓ ସୁଜୁକି କରିଥିଲେ । ଏହି କମ୍ପାନୀ ଚିତ୍ରର ବ୍ୟବହାର କରି ଉଚ୍ଚ ଗୁଣବତ୍ତା ଆନିମେଟେଡ ଫିଲ୍ମ ନିର୍ମାଣ ପାଇଁ ଜାପାନରେ ବେଶ ଲୋକପ୍ରିୟ ।

ଅଧିକ ପଢ଼ନ୍ତୁ: ମାଗଣାରେ କରିପାରିବେ Ghibli ଷ୍ଟାଇଲ୍ AI ଇମେଜ୍‌; ଆପଣଙ୍କ ପାଇଁ ୫ ଟୁଲ୍ସ

Advertisment

ଚାଟଜିପିଟିରେ କାହିଁକି ଟ୍ରେଣ୍ଡ କରୁଛି ଘିବଲି ଷ୍ଟୁଡିଓ ?

ନିକଟରେ ଏଆଇ ଦ୍ବାରା ନିର୍ମିତ ଏହି ଖାସ ଫଟୋ ଟାଇପ ଲୋକପ୍ରିୟ ହୋଇପାରିଛି । ଅଧିକାଂଶ ଲୋକ ଷ୍ଟୁଡିଓ ଘିବଲି ଅନ୍ଦାଜରେ ଫଟୋ ତିଆରି କରୁଛନ୍ତି । ଲୋକେ ଚାଟ ଜିପିଟି ଭଳି ଏଆଇ ଟୁଲ ଓ DALLE ଭଳି ଇମେଜ ଜେନେରେଟରର ବ୍ୟବହାର କରି ଘିବଲି ଷ୍ଟାଇଲରେ ସୁନ୍ଦର ଆନିମେସନ ପ୍ରସ୍ତୁତ କରିଛନ୍ତି । ଷ୍ଟୁଡିଓ ଘିବଲି ଅନ୍ଦାଜରେ ଦୈନନ୍ଦିନ ଜୀବନ, ପର୍ବପର୍ବାଣୀ, ପାରମ୍ପରିକ ଭାରତୀୟ ବେଶଭୂଷା ଓ ପୌରାଣିକ ଦୃଶ୍ୟପଟ୍ଟକୁ ଦେଖିବା ସମସ୍ତଙ୍କୁ ପସନ୍ଦ ଆସୁଛି । ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡ ଖୁବ ଭାଇରାଲ ହେଉଛି । ଅଧିକାଂଶ ସୋସିଆଲ ମିଡିଆ ୟୁଜର୍ସ ଅନେକ ଫିଲ୍ମର ହିଟ୍‌ ସିନ୍‌କୁ ଘିବଲି ଷ୍ଟାଇଲରେ ରିକ୍ରିଏଟ କରୁଛନ୍ତି । ଏହି ଷ୍ଟାଇଲରେ ଦେବୀ ଦେବତାଙ୍କ ଫଟୋ ବି ତିଆରି ହୋଇଛି ଯାହାକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।

ସେହିପରି ଏଠି ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ୟୁଜର ପ୍ରାଇଭେସି। ଚାଟଜିପିଟି ଏବଂ ଗ୍ରକ ପରି ପ୍ଲାଟଫର୍ମ ଟ୍ରେଣ୍ଡରେ ପଡ଼ି ସମସ୍ତେ ନିଜର ବ୍ୟକ୍ତିଗତ ଫଟୋ ଦେବାରେ ଲାଗି ପଡିଛନ୍ତି। ଯେଉଁ ଫଟୋକୁ ସେମାନେ ସୋସିଆଲ ମିଡିଆରେ ଛାଡ଼ିବାକୁ ଡରୁଥିଲେ, ସେ ଫଟୋର Ghibli ଆର୍ଟ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ହେଲେ କେହି ବି ନିଜ ଡିଜିଟାଲ ପ୍ରାଇଭେସି କଥା ଚିନ୍ତା କରୁନାହାଁନ୍ତି। କାରଣ ଯେଉଁ ଫଟୋକୁ ଆମେ AI ଟୁଲ୍ସକୁ ସେୟାର କରୁଛୁ, ତାହା କେବଳ ଯେ ପ୍ଲାଟଫର୍ମ ଷ୍ଟୋର ରହୁନାହିଁ, ବରଂ ଏହାକୁ ସେମାନେ ଟ୍ରେନିଂ ପାଇଁ ବ୍ୟବହାର କରିବାର ଆଶଙ୍କା ରହିଛି। ଏବେ ଏହି ଧାରାରେ ଅନେକ ଫେସିଆଲ ଡାଟା AI ପାଖରେ ଷ୍ଟୋର ହୋଇ ରହୁଛି।

ତେବେ ପ୍ଲାଟଫର୍ମର ସୁରକ୍ଷା ଯଦି ମଜବୁତ ନୁହେଁ ତେବେ ଆପଣଙ୍କ ଫଟୋ ଲିକ ହୋଇପାରେ ଏବଂ ଏହି ଫଟୋର ଦୁରୁପଯୋଗ ମଧ୍ୟ ହୋଇପାରେ। ଯେମିତିକି ନକଲି ପ୍ରୋଫାଇଲ ତିଆରି କରିବା, ଡିପଫେକ ଇମେଜ ତିଆରି କରିବା ଇତ୍ୟାଦି କାମରେ ବ୍ୟବହାର କରାଯାଇପାରେ। ତେଣୁ ଏଠି ପ୍ରଶ୍ନ ଉଠୁଛି ଆପଣଙ୍କ ବ୍ୟକ୍ତିଗତ ଫଟୋ AIକୁ ଦେବା କେତେ ସୁରକ୍ଷିତ ? ଆପଣଙ୍କ ଫଟୋକୁ ଭବିଷ୍ୟତରେ କୌଣସି ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯିବନି ତ ? ତେଣୁ AIକୁ ଫଟୋ ଦେବା ପୂର୍ବରୁ ଏସବୁ ବିଷୟରେ ଚିନ୍ତା କରିବାର ସମୟ ଆସିଛି ।

ଅଧିକ ପଢ଼ନ୍ତୁ: Ghibli ଇମେଜ ପାଇଁ ପ୍ରାଇଭେଟ ଫଟୋ ଦେଇ ଭୁଲ୍ କରୁନେ ତ ? ଫଟୋର ଦୁରୂପଯୋଗ କରିବନି ତ AI ?

Social Media
Advertisment
Advertisment