/odishatv-khabar/media/post_attachments/uploadimage/library/16_9/16_9_0/UPI_Down_1744450623.jpg)
UPI Down
କାମ କରୁନି ୟୁପିଆଇ । ଅନଲାଇନ ଟ୍ରାଞ୍ଜାକ୍ସନ୍ କରିପାରୁନାହାନ୍ତି ଗ୍ରାହକ । ୨ରୁ ୩ ଘଣ୍ଟା ହେଲା ଡାଉନ୍ ହୋଇଯାଇଛି ୟୁପିଆଇ ସର୍ଭିସ୍ । ଫଳରେ ଫୋନ୍ ପେ', ଗୁଗୁଲ୍ ପେ' ସହ ଅନ୍ୟ ଟ୍ରାଞ୍ଜାକ୍ସନ ଆପରେ ଟ୍ରାଞ୍ଜାକ୍ସନ ହୋଇପାରୁନି । ଫେଲ୍ ହୋଇଯାଉଛି ଟ୍ରାଞ୍ଜାକ୍ସନ । ଗ୍ରାହକମାନେ ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ ଜଣାଇଛନ୍ତି । ତେବେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ୟୁପିଆଇ କାମ କରୁନଥିବା ଦର୍ଶାଇଛି NPCI ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୨୬ ମିନିଟ୍ରୁ ୟୁପିଆଇ ଟ୍ରାଞ୍ଜାକ୍ସନରେ ସମସ୍ୟା ଆରମ୍ଭ ହୋଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI ) ପକ୍ଷରୁ ସୋସିଆଲ୍ ମିଡିଆ 'ଏକ୍ସ'ରେ ଦର୍ଶାଯାଇଛି । NPCI କହିଛି, ବର୍ତ୍ତମାନ ଇଣ୍ଟରମିଟେଣ୍ଟ ଟେକ୍ନିକାଲ ସମସ୍ୟାର ସମ୍ମୁଖୀନ ହେଉଛୁ । ଏହି କାରଣରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଆଂଶିକ ପ୍ରଭାବିତ ହୋଇଛି । ଆମେ ଏହାକୁ ସମାଧାନ କରିବାକୁ ଚେଷ୍ଟା କରୁଛୁ । ୟୁପିଆଇ ଜନିତ ଅସୁବିଧା ପାଇଁ ଆମେ ଦୁଃଖିତ ।
ଅଧିକ ପଢ଼ନ୍ତୁ: SBI ଏଟିଏମ୍ କାର୍ଡ ଥିଲେ GSTଦେବେ
ଅନ୍ୟପଟେ ୟୁପିଆଇ ସର୍ଭିସ୍ ଡାଉନକୁ ନେଇ ୟୁଜରମାନେ ସୋସିଆଲ ମିଡିଆରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ୟୁପିଆଇ ଡାଉନ ! ଦୟାକରି ସାଙ୍ଗରେ ପର୍ସ ନେଇ ଯାଅ । ଆଉ ଜଣେ ୟୁଜର ଲେଖିଛନ୍ତି, ଆଜି ପୁଣି ୟୁପିଆଇ ଡାଉନ ହୋଇଯାଇଛି, ସବୁ ପେମେଣ୍ଟ ଫେଲ୍ ହେଉଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମୁଁ ୨୦ ମିନିଟ୍ ହେଲା ପେଟ୍ରୋଲ ପମ୍ପରେ ଫସିରହିଛି । ପେଟ୍ରୋଲ ପକାଇ ସାରିଛି । ୟୁପିଆଇ ଚାଲୁନି, ଆଉ ମୋ ପାଖରେ କ୍ୟାସ୍ କିମ୍ବା କାର୍ଡ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)