Advertisment

India-Pakistan Tension: ପହଲଗାମ୍ ପ୍ରତିଶୋଧ ଅନିବାର୍ଯ୍ୟ, ସିନ୍ଧୁ ପରେ ଚେନାବ ନଦୀ ଉପରେ ବି ଭାରତର ୱାଟର ଷ୍ଟ୍ରାଇକ୍

ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଅନିବାର୍ଯ୍ୟ ପ୍ରତିଶୋଧର ସଙ୍କେତ

କିଛି ଗୋଟେ ବଡ଼ ହେବାକୁ ଯାଉଛି କି ? ୩ ସେନା ମୁଖ୍ୟଙ୍କ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ସଚିବ ଓ NSA ଅଜିତ ଡୋଭାଲ କରିଛନ୍ତି ପୃଥକ ପୃଥକ ବୈଠକ । ସାରା ଦେଶ ପହଲଗାମ୍ ପ୍ରତିଶୋଧ ଅପେକ୍ଷାରେ ଥିବା ବେଳେ, ମୋଦିଙ୍କ ଏଭଳି ଘନ ଘନ ବୈଠକ ପରେ, ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ପୁଣି କିଛି ବଡ଼ କାର୍ଯ୍ୟାନୁଷ୍ଠାନକୁ ନେଇ ଆଭାସ ମିଳିଛି । ସେପଟେ ସିନ୍ଧୁ ନଦୀ ପରେ ଚେନାବ ଉପରେ ଭାରତ କରିଛି ୱାଟର ଷ୍ଟ୍ରାଇକ୍ ।

Advertisment

ଶୀର୍ଷ ନେତୃତ୍ବଙ୍କ ଠାରୁ ସ୍ପଷ୍ଟ ସଂକେତ । 'ପହଲଗାମ୍' ପ୍ରତିଶୋଧ ଅନିବାର୍ଯ୍ୟ । କିନ୍ତୁ କେବେ...କେବେ ଭାରତ ନେବ ବଡ଼ ଆକ୍ସନ୍ ? କେବେ ପାକିସ୍ତାନ ଉପରେ ଧାୱାବୋଲ୍ ? କେବେ ଆତଙ୍କୀ ଆଡ୍ଡାରେ କାଉଣ୍ଟର୍-ଷ୍ଟ୍ରାଇକ୍? ସାରା ଦେଶ ଏହାକୁ ଅନାଇ ବସିଥିବା ବେଳେ, ଦିଲ୍ଲୀରେ ଲଗାତାର ହଲ୍‌ଚଲ୍ ଦେଉଛି ବଡ଼ ଆଭାସ । ଗତ ୫ ଦିନ ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୩ ସେନା ମୁଖ୍ୟ ପୃଥକ ପୃଥକ ଭେଟିବା ପରେ, ଆଜି ଥିଲା ପ୍ରତିରକ୍ଷା ସଚିବ ଓ NSAଙ୍କ ପାଳି । ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଏବଂ ତା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରୁଦ୍ଧଦ୍ବାର ବୈଠକ ପରେ ଚର୍ଚ୍ଚା ଜୋର୍ ଧରିଛି ଯେ, ପହଲଗାମ ବଦଲା ପାଇଁ ଫାଇନାଲ ହେଲା କି ବ୍ଲୁ ପ୍ରିଣ୍ଟ ? ସ୍ଥିର ହେଲା କି ସମୟ ଓ ଟାର୍ଗେଟ । କେମିତି, କେଉଁଠି ଓ କେତେବେଳେ ହେବ ଆକ୍ସନ, ସେଥିପାଇଁ ପ୍ରସ୍ତୁତ ହେଲା କି ଚୂଡ଼ାନ୍ତ ରଣନୀତି ?

ଅଧିକ ପଢ଼ନ୍ତୁ: ପାକିସ୍ତାନର ୯୦ ହଜାର ସୈନିକଙ୍କୁ ଆଣ୍ଠେଇ ଦେଇଥିବା ଜଣେ ପରାକ୍ରମୀ ଭାରତୀୟଙ୍କ କାହାଣୀ

Advertisment

ବିଶେଷଜ୍ଞଙ୍କ ମତରେ, ସାମରିକ କାର୍ଯ୍ୟାନୁଷ୍ଠାନ ଅବଶ୍ୟମ୍ଭାବୀ। କିନ୍ତୁ ଏଥିପାଇଁ ଭାରତ ତରବରିଆ ଭାବେ କୌଣସି ପଦକ୍ଷେପ ନେବାକୁ ଚାହୁଁନାହିଁ । ହୁଏତ, ଯୁଦ୍ଧ ମୈଦାନକୁ ଓହ୍ଲାଇବା ଆଗରୁ ନିଜ ଆଡ଼ୁ ସବୁ ସ୍ଥିତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଚାହୁଁଛନ୍ତି ମୋଦି ସରକାର ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ବାୟୁସେନା ମୁଖ୍ୟଙ୍କ ବୈଠକକୁ ନେଇ ସାମ୍ନାକୁ ଆସିଛି ବଡ଼ ଅପଡେଟ୍ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏୟାର ଡିଫେନ୍ସ ସିଷ୍ଟମକୁ ହାଇ-ଆଲର୍ଟରେ ରଖିବାକୁ ବାୟୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ସୀମାରେ ନିୟମିତ ଏୟାର୍ ପାଟ୍ରୋଲିଂ ଚାଲିଛି ଏବଂ ରାଫେଲ୍ ଫାଇଟର ଜେଟ୍‌ରେ ୩ଶହ କିଲୋମିଟର ରେଞ୍ଜ୍‌ର ମିଜାଇଲ୍ ଖଞ୍ଜାଯାଇଛି ବୋଲି ପିଏମଙ୍କୁ ଜଣାଇଛନ୍ତି ଏୟାର ଚିଫ୍ ମାର୍ଶଲ ଏ.ପି. ସିଂ ।

ଏସବୁ ଭିତରେ, ପହଲଗାମ୍ ପ୍ରସଙ୍ଗରେ ଭାରତକୁ ସାରା ଦେଶରୁ ଛୁଟିଛି ସମର୍ଥନର ସୁଅ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପହଲଗାମ୍ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ । ମୃତାହତଙ୍କ ପ୍ରତି ସମବେଦନା ଜଣାଇବା ସହ, ଭାରତ ପ୍ରତି ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ପୁଟିନ୍ କହିଛନ୍ତି । ଏଥିସହ ଆକ୍ରମଣକାରୀ ଓ ସେମାନଙ୍କ ସମର୍ଥକଙ୍କୁ ନିଶ୍ଚିତ ରୂପେ ଆଇନର କାଠଗଡ଼ାକୁ ଅଣାଯିବା ଦରକାର ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ପାକିସ୍ତାନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପୂର୍ବରୁ, ପରୋକ୍ଷ ଯୁଦ୍ଧରେ ଭାରି ପଡ଼ୁଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦର ପ୍ରାୟ ୨ ସପ୍ତାହ ପରେ, କାଶ୍ମୀରର ୨ଟି ଜଳ ବିଦ୍ୟୁତ ପ୍ରକଳ୍ପର କ୍ଷମତା ବଢ଼ାଇବାକୁ ପଙ୍କୋଦ୍ଧାର ଆରମ୍ଭ ହୋଇଛି । ସାଲାଲ୍ ଓ ବାଗଲିହାର ପ୍ରୋଜେକ୍ଟରେ ନଦୀବନ୍ଧକୁ ସଂପୂର୍ଣ୍ଣ ବନ୍ଦ କରି, ରିଜର୍ଭୟର୍ ଫ୍ଲସିଂ କରାଯାଇଛି । ଏଥିଯୋଗୁଁ ଚେନାବ୍ ନଦୀର ଜଳ ସ୍ତର କିଛି ସ୍ଥାନରେ ବହୁ ମାତ୍ରାରେ ଖସିଥିବା ଏବଂ ଆଉ କିଛି ଜାଗାରେ ଶୁଖିଯାଇଥିବା ଦେଖିବାକୁ ମିଳିଛି । ପାକିସ୍ତାନକୁ ବହୁଥିବା ଜଳ ଅଟକାଇବା ପାଇଁ ଜଳଭଣ୍ଡାରର କ୍ଷମତା ବୃଦ୍ଧି ଖୁବ୍ ଜରୁରୀ । ଏଥିସହ ଅଟକିଥିବା ଆଉ ୬ଟି ପ୍ରକଳ୍ପର ନିର୍ମାଣ କାମ ମଧ୍ୟ ତ୍ବରାନ୍ବିତ କରିଛନ୍ତି ସରକାର । ସିନ୍ଧୁ ଚୁକ୍ତି କାୟମ ଥିଲେ, ଏହି ପ୍ରକ୍ରିୟା ପାଇଁ ପାକିସ୍ତାନକୁ ୬ ମାସ ଆଗରୁ ନୋଟିସ୍ ଦେବାକୁ ପଡ଼ିଥାନ୍ତା ଏବଂ ସହମତି ସ୍ଥାପନ କରିବାକୁ ପଡ଼ିଥାନ୍ତା । ଆଗକୁ ଝେଲମ୍ ନଦୀରେ ଥିବା କିଶନଗଙ୍ଗା ପ୍ରୋଜେକ୍ଟରେ ପାକିସ୍ତାନ ଆଡ଼କୁ ପାଣି ବନ୍ଦ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଇପାରେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ୍ ମୁଖ୍ୟଙ୍କୁ ଭେଟି ପାକିସ୍ତାନକୁ ପାଣ୍ଠି ଯୋଗାଣ ହ୍ରାସ କରିବାକୁ ଅପିଲ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା କି ଯୁଦ୍ଧ ପାଇଁ ବଡ଼ ତୟାରୀ, ମେ’ ୭ରେ ମକ୍ ଡ୍ରିଲ୍ ପାଇଁ MHAର ନିର୍ଦ୍ଦେଶ

Narendra Modi India Pakistan India Pakistan War Pahalgam Terrorist Attack
Advertisment
Advertisment