/odishatv-khabar/media/post_attachments/uploadimage/library/16_9/16_9_0/MIGM_1746462772.jpg)
MIGM
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଏଥିଲାଗି ଭାରତୀୟ ସେନା ପକ୍ଷରୁ ଗୋଟିଏ ପରେ ଗୋଟିଏ ମିଜାଇଲ୍ ଏବଂ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରାଯାଉଛି । ଏହାରି ଭିତରେ ସାମ୍ନାକୁ ଆସିଛି ଭାରତୀୟ ନୌସେନାର ଆଉ ଏକ ପରାକ୍ରମ ଭିଡିଓ । ଡିଆରଡିଓ ସହ ମିଳିତ ଭାବେ ଭାରତୀୟ ନୌସେନା 'ମଲ୍ ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ' (MIGM)ର ସଫଳ ପରୀକ୍ଷଣ କରିଛି ।
Validation trials of Multi-Influence Ground Mine (MIGM) was successfully conducted by DRDO and India Navy. MIGM is designed to enhance the Indian Navy's capabilities against the modern stealth ships and submarines. pic.twitter.com/HgoLCkxLca
— DRDO (@DRDO_India) May 5, 2025
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଗ୍ରାଉଣ୍ଡ ମାଇନ ପରୀକ୍ଷଣ ସମୟର ଭିଡିଓ ଯିଏ ଦେଖିବ ଭାରତୀୟ ନୌସେନାର ଶକ୍ତିର ଅନୁମାନ କରିପାରିବ । ଏହି ଉପଲବ୍ଧି ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ନୌସେନା ସହ ଜଡିତ ଇଣ୍ଡଷ୍ଟ୍ରିକୁ ଅଭିନନ୍ଦନ ଜଣାଇଛନ୍ତି । MIGM ମିଜାଇଲର ଏହି ପରୀକ୍ଷଣ ଭାରତର ଆତ୍ମନିର୍ଭର ରକ୍ଷା ପ୍ରାଣାଳୀକୁ ଆହୁରି ଶକ୍ତିଶାଳୀ କରିବ । ଏଥିସହ ସମୁଦ୍ର ଗର୍ଭରେ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା ବଢ଼ାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ।
ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା କି ଯୁଦ୍ଧ ପାଇଁ ବଡ଼ ତୟାରୀ, ମେ’ ୭ରେ ମକ୍ ଡ୍ରିଲ୍ ପାଇଁ MHAର ନିର୍ଦ୍ଦେଶ
ଅନ୍ୟପଟେ ଯୁଦ୍ଧ ପାଇଁ ବଡ଼ ତୟାରୀ ଆରମ୍ଭ କରିଦେଇଛି ଭାରତ । ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଦେଶର ଅଧିକାଂଶ ରାଜ୍ୟକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ମେ' ୭ରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । MHA ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ ଏୟାର୍ ରେଡ୍ ୱାର୍ଣ୍ଣିଂ ସାଇରନ୍ କାର୍ଯ୍ୟକ୍ଷମ କରାଯିବାକୁ କୁହାଯାଇଛି । ଆକାଶରୁ ହମଲା ହେଲେ ସାଇରନ୍ ବାଜିବାର ପୂର୍ବାଭ୍ୟାସ କରାଯିବ । ସେହିପରି ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କ୍ରାଶ୍ ବ୍ଲାକ୍ ଆଉଟ୍ ବା ଅଚାନକ୍ ବିଦ୍ୟୁତ ବିଭ୍ରାଟ ପାଇଁ ପ୍ରସ୍ତୁତି କରିବାକୁ କୁହାଯାଉଛି । ଏଥିରୁ ଭାରତ ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ସନ ନେଇପାରେ ବୋଲି ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)