• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Eng vs Nz
୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ, କନୱେ ଓ ରବୀନ୍ଦ୍ରଙ୍କ ବ୍ୟାଟିଂରେ ଧରାଶାୟୀ ଇଂଲଣ୍ଡ

ଆଜି ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୨୮୨ ରନ୍ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ୭୭ ରନ୍‌ କରିଥିବାବେଳେ ଅଧିନାୟକ ଜୋଶ୍ ବଟଲର ୪୩ ରନ୍ କରିଥିଲେ।

Asian Games 2023
Asian Games: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ । ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ ୮୪ ପଦକ ।

Neeraj Chopra
ତ୍ରିରଙ୍ଗାକୁ ତଳେ ପକାଇବାକୁ ଦେଲେନି ନୀରଜ; କ୍ୟାଚ୍‌ କରି ଧରି ପକାଇଲେ..ଭିଡିଓ ଭାଇରାଲ..

ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କ ଉପରକୁ ଗ୍ୟାଲେରିରୁ ଜଣେ ଦର୍ଶକ ତ୍ରିରଙ୍ଗା ପତାକା ଫିଙ୍ଗିଥିଲେ । କିନ୍ତୁ ତଳେ ପଡିବା ପୂର୍ବରୁ ଏହାକୁ କ୍ୟାଚ୍ କରି ନେଇଥିଲେ ନୀରଜ ।

World Cup
ଆଜିଠୁ ବିଶ୍ୱକପ୍ କ୍ରିକେଟ୍ ମହାକୁମ୍ଭ; ଟ୍ରଫି ପାଇଁ ପରସ୍ପରକୁ ଟକ୍କର ଦେବେ ୧୦ ଟିମ୍

ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଇଛି । ଅକ୍ଟୋବର ୫ରୁ ଅର୍ଥାତ୍‌ ଆଜିଠାରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Asian Games
ଏସିଆନ୍ ଗେମ୍ସରେ ଭାରତର ରେକର୍ଡ; ବଢିଚାଲିଛି ମେଡାଲ୍‌ ସଂଖ୍ୟା

ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ଜ୍ୟୋତି ଭେନମ ଏବଂ ଓଜସ ଦେଓତଲେ ଏବଂ ୪ ଗୁଣା ୪୦୦ ମିଟର ରିଲେରେ ଅନସ, ଅମୋଜ, ଅଜମଲ ଓ ରାଜେଶ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି । ଓଡିଆ ପୁଅ କିଶୋର ଜେନା ଜେଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

Kishore Jena
ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ କିଶୋର ଜେନା, ଜାଭଲିନ୍‌ ଥ୍ରୋ’ରେ ଜିତିଲେ ରୌପ୍ୟ ପଦକ

ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।

World Cup 2023
World Cup 2023: କାହିଁକି ବାରବାଟୀ ଷ୍ଟାଡିୟମରେ ହେବନି ବିଶ୍ୱକପ୍‌ ମ୍ୟାଚ୍‌ ? କାହିଁକି ପଡ଼ିଲା ବାଦ୍‌...

ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

  • Wednesday, 04 October 2023
Kishore Jena
ଏସିଆନ୍ ଗେମ୍ସ: ଆଜି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା

ଆଜି ଜାଭେଲିନ୍ ଥ୍ରୋ’ରେ ସମସ୍ତଙ୍କ ନଜର ରହିବ ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ। ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଆଜି ଟ୍ରାକ୍‌କୁ ଓହ୍ଲାଇବେ କିଶୋର। ଗତ ମାସରେ ବୁଦାପେଷ୍ଟରେ ହୋଇଥିବା ୱାର୍ଲ୍ଡ ଆଥେଲେଟିକ୍ ଚମ୍ପିଆନସିପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ କିଶୋର ।

Asian Games
ଏସିଆନ୍ ଗେମ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଭିମୁଖେ ଭାରତ,ଜାଭେଲିନ ଥ୍ରୋରେ ଆଜି ଟ୍ରାକକୁ ଓହ୍ଲାଇବେ ନୀରଜ ଚୋପ୍ରା

ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ବି ରହିବ ନଜର..୧୫ ଗୋଲ୍ଡ ସହ ୬୯ ମେଡାଲ ପାଇ ଚତୁର୍ଥ ସ୍ଥାନରେ ଭାରତ

India Bowler
Sports: ଭାରତର ‘ମିଶନ୍ ବିଶ୍ୱକପ୍‌’ରେ କେତେ ସଫଳ ହେବେ ବୋଲର୍‌

୨୦୨୩ ବିଶ୍ୱକପ୍ ଟିମ୍‌ରେ ବିଶେଷଜ୍ଞ ବୋଲର୍‌ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ସେମାନେ ଟିମ୍‌ର ବଡ଼ ଆଶା। ତେବେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ କମାଲ୍ କରିପାରିବେ କି ଭାରତୀୟ ବୋଲର୍‌?

Asian Games 2023
Asian Games: ଭାରତକୁ ଆଉ ଦୁଇ ମେଡାଲ, ମୋଟ ପଦକ ସଂଖ୍ୟା ୫୮

ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ।

  • Monday, 02 October 2023
Avinash Salve
Asian Games: ଷ୍ଟିପଲଚେଜ୍‌ ଓ ସଟ୍‌ପୁଟ୍‌ରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସିଆନ୍ ଗେମ୍ସରେ ସଟପୁଟ୍‌ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍‌ପୁଟ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର ।

Shooting Gold Medal
Asian Games: ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଲା ଭାରତ ।

Asian Games 2023
ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ଏସିଆନ୍ ଗେମ୍ସର ସ୍କ୍ୱାଶ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ମାତ୍‌ ଦେଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି।

Rohan Bopanna
Asian Games: ୪୩ ବର୍ଷ ପରେ ଇତିହାସ ରଚିଲେ ରୋହନ-ରୁତୁଜା ଯୋଡ଼ି

୧୯ତମ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ନବମ ସ୍ୱର୍ଣ୍ଣ। ଏହି ଗୋଲ୍ଡ ମେଡାଲ ସହ ଭାରତର ମୋଟ୍ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ଏହି ପଦକ ମଧ୍ୟରେ ୯ଟି ଗୋଲ୍ଡ, ୧୩ଟି ସିଲଭର୍ ଓ ୧୩ଟି ବ୍ରୋଞ୍ଜ୍‌ ମେଡାଲ ରହିଛି । ଏସିଆନ୍ ଗେମ୍ସର ସପ୍ତମ ଦିନରେ ଏହା ଥିଲା ଭାରତର ପ୍ରଥମ ସ୍ୱର୍ଣ୍ଣ।

Roshibina Devi
ମଣିପୁରରୁ ହାଙ୍ଗଝୌକୁ ସଂଘର୍ଷପୂର୍ଣ୍ଣ ଯାତ୍ରା.. ଉଶୁରେ ଭାରତ ପାଇଁ ପଦକ ଜିତିଛନ୍ତି ରୋଶିବିନା

କୁକି ଓ ମୈତେଇ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷକୁ ନେଇ ଅଶାନ୍ତ ମଣିପୁର । ଆଉ ସେଇ ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ସଂଘର୍ଷ କରି ଆଗକୁ ଆସନ୍ତି ଜଣେ ଏମିତି ମହିଳା ଯିଏ ଭାରତକୁ ଏକ ଅଣପାରମ୍ପରିକ ଭାରତୀୟ କ୍ରୀଡ଼ାରେ ସଫଳତାର ସିଡି ଚଢ଼ାନ୍ତି ।

Asian Games
Asian Games: ଭାରତକୁ ଏୟାର ପିସ୍ତଲରେ ପୁଣି ସ୍ୱର୍ଣ୍ଣ, ପଦକ ସଂଖ୍ୟା ୩୦ ଛୁଇଁଲା

୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।

World Cup, Axar Patel, Ravichandran Ashwin
ବିଶ୍ୱକପ ସ୍କ୍ୱାଡରେ ଅଶ୍ୱିନଙ୍କ ଦମଦାର ଏଣ୍ଟ୍ରି, ଅକ୍ଷର ଆଉଟ୍

ଭାରତୀୟ ଦଳର ବିଶ୍ୱକପ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଆହତ କାରଣରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ସ୍ଥାନରେ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ଦମଦାର ଏଣ୍ଟ୍ରି ମାରିଛନ୍ତି ଅଶ୍ୱିନ।

Asian Games
Asian Games: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୨୪ ଛୁଇଁଲା

ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍  ଇଭେଣ୍ଟରେ ସ୍ୱର୍ଣ୍ଣ ।

Asian Games
Asian Games: ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଜିତିଲା ଭାରତ

ଏହି ଇଭେଣ୍ଟରେ ବ୍ରୋଞ୍ଜ୍ ମଧ୍ୟ ଜିତିଛନ୍ତି ଭାରତର ଆଶି ଚୋକସି । ଆଜି ସୁଟିଂରେ ଭାରତକୁ ୫ ପଦକ ମିଳିଛି । ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ ବ୍ରୋଞ୍ଜ୍ ପଦକ ଭାରତ ଖାତାକୁ ଆସିଛି ।

Nepal Cricket
ଟି-୨୦ରେ ଭାଙ୍ଗିଲା ଯୁବରାଜ ସିଂଙ୍କ ରେକର୍ଡ, ୯ ବଲରେ ଅର୍ଦ୍ଧଶତକ ହାସଲ କଲେ ଦୀପେନ୍ଦ୍ର ସିଂ

ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।

India vs Australia
ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ମୁକାବିଲା, ସମ୍ମାନ ରକ୍ଷା ପାଇଁ ଲଢ଼ିବ ଅଷ୍ଟ୍ରେଲିଆ

ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

Asian Games 2023
Asian Games: ପୁଣି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ମହିଳା ୨୫ ମିଟର ପିସ୍ତଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ୫୦ ମି. ରାଇଫଲ ୩ ପୋଜିସନ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛି। 

  • Wednesday, 27 September 2023
Will Kuldeep Yadav be a game-changer in the 2023 World Cup
Sports: ୨୦୨୩ ବିଶ୍ୱକପ୍‌ରେ ଗେମ୍‌-ଚେଞ୍ଜର୍ ହେବେ କି କୁଲଦୀପ ଯାଦବ

ଭାରତୀୟ ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଏସିଆ କପ୍‌ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରି ଟିମ୍‌ରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଟିମ୍ ପାଇଁ ଗେମ୍‌-ଚେଞ୍ଜର୍ ସାବ୍ୟସ୍ତ ହେବେ କି ରୋହିତଙ୍କ ମୁଖ୍ୟ ଅସ୍ତ୍ର ‘କୁଲଦୀପ’? ଏସିଆ କପ୍ ଭଳି କ୍ରିକେଟ୍ ମହାସମରରେ କରିବେ କି କମାଲ୍‌?

EQUESTRIAN
Asian Games: ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା । ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି ।