• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚଳିତ ବିଶ୍ୱକପ୍‌ରେ ଭାରତର ଅପରାଜେୟ ଧାରା ଚୁର୍‌ମାର୍‌ ହୋଇଛି । ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ସ୍ୱୀକାର କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଟିମ୍‌ ଇଣ୍ତିଆ ଅଲ୍‌‌ଆଉଟ୍‌ ହେବା ସହ ଶୋଚନୀୟ ପରାଜୟ ହୋଇଛି । ୫୦ ଓଭରରେ ପ୍ରଥମେ ବ୍ୟାଟିଂ କରି ୨୪୦ ରନରେ ସୀମିତ ରହିଥିଲା ଭାରତ । ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା ।

ହେଲେ କଙ୍ଗାରୁ ଦଳ ମାତ୍ର ୪୩ ଓଭରରେ ୨୪୦ରନ୍‌ କରିବାରେ ସମର୍ଥ ହୋଇଥିଲା । ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିଛି । ଅଷ୍ଟ୍ରେଲିଆ ଠାରୁ ୬ ୱିକେଟ୍‌ରେ ହାରିଲା ଭାରତ । ୨୪୧ ରନ୍‌ର ଟାର୍ଗେଟ ୪୩ ଓଭରରେ ହାସଲ କହିଛି ଅଷ୍ଟ୍ରେଲିଆ । ଫଳରେ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟିମ୍‌ ହୋଇଛି ।

ଭାରତର ନୈରାସ୍ୟଜନ ପରାଜୟକୁ ନେଇ ନିସ୍ତବ୍ଧ ହୋଇଥିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ । କଙ୍ଗାରୁ ଦଳର ଦମ୍ଭିଲା ବ୍ୟାଟିଂକୁ ଦେଖି ଷ୍ଟାଡିୟମ୍‌ରେ ନିରବତା ଖେଳିଯାଇଥିଲା । ମ୍ୟାଚ ସଂପୂର୍ଣ୍ଣ ଏକପାଖିଆ ହୋଇଯିବା ଦେଖି ଷ୍ଟାଡିୟମ୍‌ରେ ଶୁଭୁନଥିଲା ହୋହା, ତାଳିମାଡ଼ କି ଚିୟର ଅପ୍‌ ।

ଶେଷରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ହାସଲ କରି ବିଶ୍ୱକପ୍‌ ହାତେଇଛି । ତାସ ପତ୍ତା ବଳି ଭୁଶୁଡ଼ି ଯାଇଛି ଟିମ ଇଣ୍ତିଆର ବିଶ୍ୱକପ୍‌ ବିଜୟର ଆଶା । ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତ, କଙ୍ଗାରୁ ଦଳ ସମ୍ମୁଖରେ ମାଟି କାମୁଡ଼ିଛି । ଟସ ହାରିବା ସହ ଭାରତର ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥିଲା । ତଥାପି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ ।

ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ । ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା ।

ଶ୍ରେୟାସ ଆୟର ଖରାପ ସଟ ଖେଳି ମାତ୍ର ୪ ରନରେ ପାଙିଲିୟନ ଫେରି ଯାଇଥିଲେ । କିନ୍ତୁ ଏହା ପରେ ଭାରତର ବ୍ୟାଟିଂ ଲାଇନ ଅପ୍ ଭୁଶୁଡ଼ି ଯାଇଥିଲା । କେବଳ ରାହୁଲଙ୍କୁ ଛାଡ଼ ଅନ୍ୟ କୌଣସି ବ୍ୟାଟର ଯୋଗଦାନ ଦେଇ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୯ ରନ, ସୂର୍ଯ୍ୟକୁମାର ଯାଦବ ୧୮ ରନ, ମହମ୍ମଦ ସାମି ୬ ରନ କରିଥିଲେ ।

ସେହିପରି ଜଶପ୍ରୀତ ବୁମରା ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୦ ରନରେ ରନ ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ମାତ୍ର ୯ ରନ କରିଥିଲେ ।