/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700394427.jpg)
Pro-Palestine
ବିଶ୍ୱକପ୍ ଫାଇନାଲ ବେଳେ ବଡଧରଣର ତ୍ରୁଟି । ମ୍ୟାଚ୍ ଚାଲିଥିବାବେଳେ ପଡ଼ିଆ ଭିତରକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ । ପଡ଼ିଆ ଭିତରକୁ ଆସି କୋହଲିଙ୍କୁ ସଂପୃକ୍ତ ଯୁବକ ଜଣକ କୁଣ୍ଢାଇବାକୁ ଉଦ୍ୟମ କରିଥିଲେ । ତୁରନ୍ତ ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକଙ୍କୁ କାବୁ କରିଛନ୍ତି ।ପରେ ଯୁବକଙ୍କୁ ଧରି ବାହାରକୁ ନେଇଛନ୍ତି ଗ୍ରାଉଣ୍ଡ ଷ୍ଟାଫ୍ ।
ଯୁବକ ଜଣକ ପାଲେଷ୍ଟାଇନ ପତାକା ଧରି କୋହଲିଙ୍କ କାନ୍ଧରେ ହାତ ପକାଇଥିଲେ । ଏପରି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ପଡ଼ିଆକୁ ଯାଇ ଯୁବକକୁ କାବୁ କରିଥିଲେ । ପରେ ପରେ ୧୪୮ ରନ୍ରେ ଭାରତର ୪ର୍ଥ ୱିକେଟ ପତନ ଘଟିଥିଲା । ୪ଟି ଚୌକା ଜରିଆରେ ୫୪ ରନ୍ କରି ବିରାଟ କୋହଲି ଆଉଟ୍ ହୋଇଥିଲେ ।
ଅଧିନାୟକ କମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି କୋହଲି ।ପଞ୍ଚମ ୱିକେଟରେ ରାହୁଲଙ୍କ ସହ ଯୋଗ ଦେଲେ ଜାଡେଜା । ତେବେ ବିରାଟ ଏପରି ଆଉଟ୍ ହେବା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।
ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ୫୦ତମ ଶତକ ପରେ ଆଜି ବିରାଟଙ୍କ ଉପରେ ୫୧ ତମ ଶତକ ଆଶା ରଖିଥିଲେ କ୍ରିକେଟ୍ ପ୍ରେମୀ ହେଲେ ବିରାଟ ନିରାଶ ପ୍ରଶଂସକଙ୍କୁ ନିରାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)