• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଳିଙ୍ଗ ଷ୍ଟାଡିୟମକୁ ଫେରିଲା ଫୁଟବଲ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ । ଶକ୍ତିଶାଳୀ କାତାର ବିରୋଧରେ ମ୍ୟାଚ ଖେଳିବ ବ୍ଲୁ ଟାଇଗର୍ ଭାରତ । ଫ୍ଲଡ ଲାଇଟରେ ଏହି ମ୍ୟାଚ ଖେଳାଯିବ ।

ଭାରତ କେବେ ବି ବିଶ୍ୱକପ ମ୍ୟାଚ ଖେଳି ନଥିବା ବେଳେ, ୨୦୨୬ ଖେଳିବାକୁ ଲକ୍ଷ୍ୟ ରଖିଛି । ତେବେ ଏହା ଏତେ ସହଜ ନୁହେଁ । ରାଉଣ୍ତ ୨ ରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିବା ପରେ ତୃତୀୟ ରାଉଣ୍ତରେ ପହଞ୍ଚିବାକୁ ପଡ଼ିବ । ଏଥିରେ ସଫଳ ହେବା ପରେ ହିଁ ଭାରତ ବିଶ୍ୱକପ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ ।

ତେବେ ଭଲ ଖବର ହେଉଛି, ରାଉଣ୍ତ ୨ ରେ ଭାରତର ପ୍ରଦର୍ଶନ ଭଲ ରହିଛି । ପ୍ରଥମ ମ୍ୟାଚରେ ଏହା କୁଏତକୁ ହରାଇ ଦେଇଛି । ଆଜି ଦ୍ୱିତୀୟ ମ୍ୟାଚରେ କତାର ସହ ମୁକାବିଲା ଅଛି । ଆଜିର ମ୍ୟାଚ ଜିତି ଭାରତ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ । କିନ୍ତୁ ବିଶ୍ୱମାନ୍ୟତାରେ କତାର ଭାରତଠାରୁ ବହୁ ଆଗରେ ରହିଛି ।

ଗ୍ରୁପ ‘ଏ’ ରେ ସ୍ଥାନ ପାଇଥିବା ଭାରତ, କୁଏତକୁ ହରାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଥିବାରୁ ଦଳର ମନୋବଳ ଦୃଢ଼ ରହିଛି । କତାର ଏସିଆନ୍ ଚାମ୍ପିଅନସିପର ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଆଫଗାନିସ୍ତାନକୁ ୮-୦ ଗୋଲରେ ହରାଇଛି । ତେଣୁ ଭାରତକୁ ନିଜ ମାଟିରେ ହରାଇବା ଲାଗି ଆଜି ପ୍ରୟାସ କରିବ କାତାର ।

ଅନ୍ୟପଟେ ପ୍ରଥମ ଥର ପାଇଁ ଫୁଟବଲ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଟିକେଟ ପାଇଁ ଦର୍ଶକ ବ୍ୟାକୁଳ ହେଉଛନ୍ତି । କିନ୍ତୁ ଅଫିସିଆଲ ଭାବେ ଉଭୟ ଅନଲାଇନ ଓ ଅଫଲାଇନର ଟିକେଟ ବିକ୍ରି ସରି ଯାଇଛି । କଳିଙ୍ଗରେ ଅପରାଜେୟ ରହିଛି ଭାରତ । ଗତ ଜୁନରେ ଖେଳାଯାଇଥିବା ଇଣ୍ଟକ କଣ୍ଟିନେଣ୍ଟାଲ ଫୁଟବଲ କପରେ ଅପରଜେୟ ରହିଛି ଭାରତ ।

ଅନ୍ୟପଟେ ଚାପର ବଶବର୍ତ୍ତୀ ନହୋଇ ଭଲ ଫୁଟବଲ ଖେଳିବୁ ବୋଲି ଭାରତୀୟ ଦଳର ପ୍ରଶିକ୍ଷକ ଇଗର ଷ୍ଟିମାକ କହିଛନ୍ତି । କତାରକୁ ହାଲକା ନନେଇ ଆସନ୍ତା ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେବ ବୋଲି ସେ କହିଛନ୍ତି । ଘରୋଇ ପଡ଼ିଆରେ ଖେଳୁଥିବାରୁ ଭାରତକୁ ଲାଭ ମିଳିବ ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now