ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହେଲା ଟିମ ଇଣ୍ତିଆ । ୫୦ ଓଭରରେ ୨୪୦ ରନରେ ସୀମିତ ରହିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୫୪ ରନ କରି ଅର୍ଦ୍ଧଶତକ ପୂରଣ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଛନ୍ତି ।
ତାସ ପତ୍ତା ବଳି ଭୁସୁଡ଼ି ଯାଇଛି ଟିମ ଇଣ୍ତିଆର ବ୍ୟାଟିଂ ଲାଇନ ଅପ । ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତ, କଙ୍ଗାରୁ ଦଳ ସମ୍ମୁଖରେ ମାଟି କାମୁଡ଼ିଛି । ଟସ ହାରିବା ସହ ଭାରତର ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥିଲା । ତଥାପି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ ।
ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ । ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା ।
Also Read
ଶ୍ରେୟାସ ଆୟର ଖରାପ ସଟ ଖେଳି ମାତ୍ର ୪ ରନରେ ପାଙିଲିୟନ ଫେରି ଯାଇଥିଲେ । କିନ୍ତୁ ଏହା ପରେ ଭାରତର ବ୍ୟାଟିଂ ଲାଇନ ଅପ୍ ଭୁସୁଡ଼ି ଯାଇଥିଲା । କେବଳ ରାହୁଲଙ୍କୁ ଛାଡ଼ ଅନ୍ୟ କୌମସି ବ୍ୟାଟର ଯୋଗଦାନ ଦେଇ ପାରିନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡ଼େଜା ୯ ରନ, ସୂର୍ଯ୍ୟକୁମାର ଯାଦବ ୧୮ ରନ, ମହମ୍ମଦ ସାମି ୬ ରନ କରିଥିଲେ ।
ସେହିପରି ଜଶପ୍ରୀତ ବୁମରା ମାତ୍ର ୧ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ୧୦ ରନରେ ରନ ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ମାତ୍ର ୯ ରନ କରିଥିଲେ ।