Advertisment

World Cup 2023: ରଜନୀକାନ୍ତଙ୍କ ଭବିଷ୍ୟବାଣୀ; ସାମିଙ୍କ ଯୋଗୁଁ ଜିତିବ ଭାରତ

ସାମିଙ୍କ ଯୋଗୁଁ ଭାରତ କ୍ରିକେଟ୍ ବିଶ୍ୱକପ ୨୦୨୩ ଜିତିବ ବୋଲି ରଜନୀକାନ୍ତ କରିଛନ୍ତି ଭବିଷ୍ୟବାଣୀ। ତେବେ ଆଜିର ଫାଇନାଲ ମ୍ୟାଚ୍‌କୁ ନେଇ ଅନେକଙ୍କ ମଧ୍ୟରେ ସନ୍ଦେହ ରହିଛି। ଏଭଳି ପରିସ୍ଥିତିରେ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?

author-image
Pramod Behera
rajinikanth confident india will lift the cricket world cup 2023 trophy

rajinikanth confident india will lift the cricket world cup 2023 trophy

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଭଗବାନ କୁହାଯାଉଥିବା ରଜନୀକାନ୍ତଙ୍କର ଦେଶ ତଥା ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଏବଂ ସେ ତାଙ୍କ ଅଭିନୟ ସହିତ ସରଳତା ପାଇଁ ମଧ୍ୟ ଜଣାଶୁଣା। ଅମିତାଭ ବଚ୍ଚନଙ୍କ ପରି ରଜନୀକାନ୍ତ ମଧ୍ୟ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଏବଂ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳେ ସେ ପଡ଼ିଆରେ ଲାଇଭ୍‌ କ୍ରିକେଟ୍ ମ୍ୟାଚ୍ ଦେଖୁବାର ନଜର ଆସନ୍ତି।

Advertisment

ନିକଟରେ, ସୁପରଷ୍ଟାର ଅଭିନେତା ୱାନ୍‌ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ୨୦୨୩ର ବଡ ସେମିଫାଇନାଲ ମୁକାବିଲା ଦେଖୁଥିବାର ନଜର ଆସିଥିଲେ। ଏହି ସମୟରେ, ସେ ବହୁତ ଉତ୍ସାହିତ ଦେଖାଯାଉଥିଲେ ଏବଂ ତାଙ୍କର ଫଟୋ ମଧ୍ୟ ଇଣ୍ଟର୍‌ନେଟ୍‌ରେ ଆସିଥିଲା। ତା’ପରେ ରଜନୀକାନ୍ତ ଆଜିର ଫାଇନାଲ ମ୍ୟାଚ୍‌କୁ ନେଇ ନିଜର ମତ ଦେଇଥିଲେ। କିନ୍ତୁ ରଜନୀକାନ୍ତଙ୍କ ଏହି ଭବିଷ୍ୟବାଣୀ ସତ ହେବ କି?

ୱାନଖେଡେ ଷ୍ଟାଡିୟମରେ ସେମିଫାଇନାଲ୍‌ ମ୍ୟାଚ୍‌ ସମୟରେ 'ଜେଲର୍‌' ଅଭିନେତା ଫାଇନାଲ ମ୍ୟାଚ୍‌ ଉପରେ ନିଷ୍ପତ୍ତି ନେଇଥିଲେ। କିୱିଙ୍କ ବିପକ୍ଷରେ ଐତିହାସିକ ସେମିଫାଇନାଲ ବିଜୟ ପରେ ରଜନୀକାନ୍ତ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ପ୍ରଶଂସା କରିଥିଲେ।

Advertisment

ରଜନୀକାନ୍ତ ଏକ ବିବୃତ୍ତିରେ କହିଥିଲେ, “ପ୍ରଥମେ ମୁଁ ଟିକେ ଚାପଗ୍ରସ୍ତ ହୋଇଥିଲି। ଦୁଇ କି ତିନି ୱିକେଟ୍ ପରେ ଦେଢ ଘଣ୍ଟା ଟିକେ ଚାପଗ୍ରସ୍ତ ଥିଲା। କିନ୍ତୁ ଶତପ୍ରତିଶତ କପ୍ ଆମର... ଶତପ୍ରତିଶତ ସେ ଶାମି କାରଣ...”। ଅର୍ଥାତ୍ ଭାରତୀୟ ଟିମ୍ ଏଥର ବିଶ୍ୱକପ୍ ଜିତିବ ବୋଲି ଅଭିନେତା ଭବିଷ୍ୟବାଣୀ କରିଥିଲେ।

ବର୍ତ୍ତମାନ ଭାରତ ଖେଳିସାରିଥିବା ବେଳେ ନିରାଶଜନକ ବ୍ୟାଟିଂ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ଫାଇନାଲରେ ଭାରତୀୟ ଟିମ୍ ୨୪୦ ରନ୍ କରି ଅଲ୍ ଆଉଟ୍ ହୋଇଛି। ଜିତିବା ପାଇଁ କଙ୍ଗାରୁ ଟିମ୍ ୨୪୧ ରନ୍ ଲକ୍ଷ୍ୟ ଧାର୍ଯ୍ୟ ରଖିଛି। ଭାରତ ପାଇଁ କେଏଲ ରାହୁଲ ସର୍ବାଧିକ ସ୍କୋର ୬୬ ଏବଂ ବିରାଟ କୋହଲି ୫୪ ରନ୍‌ କରିଥିଲେ। କ୍ୟାପ୍‌ଟେନ୍‌ ରୋହିତ ଶର୍ମା ୪୭ ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ ୧୮ ରନ୍ କରିଛନ୍ତି। କୁଲଦୀପ ଯାଦବ ୧୦ ରନ୍‌ରେ ଆଉଟ୍ ହୋଇଗଲେ। ଏହି ପାଞ୍ଚ ଖେଳାଳିଙ୍କ ବ୍ୟତୀତ ଆଉ କେହି ସେମିତି କିଛି କରିପାରି ନାହାନ୍ତି।

ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ତିନୋଟି ୱିକେଟ୍ ନେଇଛନ୍ତି। ପ୍ୟାଟ୍ କମିନ୍ସ ଏବଂ ଜୋସ୍ ହାଜଲେଉଡ୍ ପ୍ରତ୍ୟେକ ଦୁଇଟି ସଫଳତା ପାଇଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ୍‌ ଏବଂ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତି ଦେଖିଲେ ରଜନୀକାନ୍ତଙ୍କ ଭବିଷ୍ୟବାଣୀକୁ ନେଇ ସନ୍ଦେହ ରହିଛି। ତେବେ ଶାମୀଙ୍କ ଉପରେ ସମସ୍ତଙ୍କ ଭରସା।

ତେବେ ଫାଇନାଲ୍ ମ୍ୟାଚ୍‌କୁ ନେଇ କେବଳ ରଜନୀକାନ୍ତ ନୁହଁନ୍ତି ଲକ୍ଷ ଲକ୍ଷ ଲୋକ ଅନୁଭବ କରୁଛନ୍ତି ଯେ ଟିମ୍ ଇଣ୍ଡିଆ ଏଥର ଟ୍ରଫି କବ୍‌ଜା କରିବ। ଭାରତ, ଟାଇଟଲ୍ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭାହୋଇଛି। ବର୍ତ୍ତମାନର ବିଶ୍ୱକପ୍‌ରେ କ୍ରମାଗତ ୧୦ଟି ମ୍ୟାଚ୍ ଜିତିଛି। ଏହି ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଏକମାତ୍ର ଟିମ୍ ଯିଏକି ଗୋଟିଏ ମ୍ୟାଚ୍ ହାରି ନାହିଁ। ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍‌ ହାରିଛି। ଏହାକୁ ଦେଖି ବିଚାର କଲେ ଭାରତର ବିଜୟ ହେବା ଅନୁମାନ କରାଯାଇ ପାରେ।

ଲିଗ୍ ପର୍ଯ୍ୟାୟରେ ଭାରତୀୟ ଟିମ୍ କଙ୍ଗାରୁଙ୍କୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ, ସମସ୍ତେ ଅନୁମାନ କରୁଛନ୍ତି ଯେ ରଜନୀକାନ୍ତଙ୍କ ଭବିଷ୍ୟବାଣୀ ସତ ହୋଇପାରେ।

India Vs Australia Ind Vs Aus Rajnikanth World Cup
Advertisment
Advertisment