• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଙ୍ଗାରୁ ଟିମ୍‌ରୁ ପ୍ରଥମ ୱିକେଟ୍‌ ଖସାଇଲା ଭାରତ । ଅଷ୍ଟ୍ରେଲିଆ ଟିମ୍‌ର ପ୍ରଥମ ଶିକାର କଲେ ସାମି । ୱାର୍ଣ୍ଣରଙ୍କୁ ୭ ରନ୍‌ରେ ପ୍ୟାଭିଲିଅନ ଫେରାଇଲେ ଭାରତ । ୱାର୍ଣ୍ଣରଙ୍କ ଆଉଟ୍‌ ସମୟରେ ଗୋଟିଏ ଓଭରରେ ୧୬ ରନ୍‌ କରିଥିଲା ଅଷ୍ଟ୍ରେଲିଆ । ସାମିଙ୍କ ଦମ୍‌ଦାର ବୋଲିଂ ଓ ବିରାଟଙ୍କ କ୍ୟାଚ୍‌ ଯୋଗୁଁ ଭାରତ ଦ୍ୱିତୀୟ ଓଭରର ପ୍ରଥମ ବଲ୍‌ରେ ଏହି ସଫଳତା ପାଇଛି ।

ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା । ୫୦ ଓଭରରେ ୨୪୦ ରନରେ ସୀମିତ ରହିଥିଲା ଭାରତ । ୨୪୧ ରନ କଲେ ଷଷ୍ଠ ଥର ବିଶ୍ୱ ବିଜେତା ହେବ ଅଷ୍ଟ୍ରେଲିଆ । କେଏଲ ରାହୁଲ ୬୬ ରନ ସହ ସର୍ବୋଚ୍ଚ ସ୍କୋରର୍ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୫୪ ରନ କରି ଅର୍ଦ୍ଧଶତକ ପୂରଣ କରିଛନ୍ତି । ଅଧିନାୟକ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଛନ୍ତି ।

ହେଲେ ଫାଇନାଲରେ ଭାରତ ମନ୍ଥର ବ୍ୟାଟିଂ କରିଛି । ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ଅଲଆଉଟ ହୋଇଛି ଟିମ ଇଣ୍ତିଆ । ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତ, କଙ୍ଗାରୁ ଦଳ ସମ୍ମୁଖରେ ମାଟି କାମୁଡ଼ିଛି । ଟସ ହାରିବା ସହ ଭାରତର ଦୁର୍ଭାଗ୍ୟ ଆରମ୍ଭ ହୋଇ ଯାଇଥିଲା । ତଥାପି ବିସ୍ଫୋରକ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା । କିନ୍ତୁ ଶୁବମାନ ଗିଲ ମାତ୍ର ୭ ବଲରୁ ୪ ରନ କରି ଆଉଟ ହୋଇ ଯାଇଥିଲେ ।

ପରେ ପରେ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମା ପାୱାର ପ୍ଲେରେ ଭଲ ଖେଳିଥିଲେ । ରୋହିତ ପ୍ରଥମେ ଦ୍ରୁତ ଖେଳିଥିବା ବେଳେ, ପରେ ପରେ ବିରାଟ ମଧ୍ୟ ସଟ୍ ମାରିଥିଲେ । କିନ୍ତୁ ୪୭ ରନ କରି ରୋହିତ ଶର୍ମା ଆଉଟ ହୋଇ ଯାଇଥିଲେ । ଏଣୁ ଭାରତର ରନ ସଂଗ୍ରହ ହାର ଧିମେଇ ଯାଇଥିଲା ।