ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିକେଟର ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । ଅର୍ଜୁନ ପୁରସ୍କାର ଦ୍ୱାରା ସମ୍ମାନିତ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଶିଖର ଧଓ୍ୱନ । ଶୁଣନ୍ତୁ
ଟୋକିଓ ପାରା ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ତଥା ଓଡିଶା ମାଟିର ଗୌରବ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଗଲା । ପ୍ରମୋଦଙ୍କ ସମେତ ଟୋକିଓ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଗଲା ।
ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ । ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଆଜି ୧୬ ଜଣିଆ ଟିମ୍ ଘୋଷଣା କରାଯାଇଛି । ନିୟମିତ କ୍ୟାପଟେନ୍ ବିରାଟ କୋହଲିଙ୍କ ବଦଳରେ ପ୍ରଥମ ଟେଷ୍ଟ ପାଇଁ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ପାକିସ୍ତାନର ପରାଜୟ ପରେ ସୋସିଆଲ ମିଡିଆରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ନେଇ ଢ଼େର୍ ଚର୍ଚ୍ଚା ଆରମ୍ଭ ହୋଇଛି । ସାନିଆଙ୍କୁ ମ୍ୟାଚ୍ ପରଠାରୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।
ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍ ୨ ଦିନ ଆଇସିୟୁରେ ଭର୍ତ୍ତି ହୋଇଥିଲେ।
ଅଷ୍ଟ୍ରେଲିଆର ମାଥ୍ୟୁ ୱିଡେ୍ ୧୯ ଓଭର୍ରେ ଲଗାତର ୩ଟି ଛକ୍କା ମାରି ଦଳକୁ ଜିତାଇଛନ୍ତି। ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨୪ ବଲ୍ରେ ୫୦ ରନ୍ର ଆବଶ୍ୟକତା ଥିଲା। ମ୍ୟାଚ୍ ପାକିସ୍ତାନ ପଟକୁ ଯାଉଥିବାର ଦେଖିବାକୁ ମିଳିଥିଲା।
ବିରାଟ ଯାଇଛନ୍ତି ଲମ୍ବା ଛୁଟିରେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିପାରନ୍ତି ରୋହିତ ଶର୍ମା । ସେପଟେ ଫର୍ମରେ ନାହାନ୍ତି ଅଜିଙ୍କ୍ୟ ରାହାଣେ । ତେବେ କିଏ ଦଳର ଅଧିନାୟକ ? ତାକୁ ନେଇ ଉଠିଛି ପ୍ରଶ୍ନ ।
ଲମ୍ବା ଛୁଟିରେ ଯାଇଛନ୍ତି ବିରାଟ କୋହଲି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ବି ତାଙ୍କ ଖେଳିବା ନେଇ ସନ୍ଦେହ । ତେବେ ତାଙ୍କ ବଦଳରେ କାହା କଣ୍ଟ୍ରୋଲରେ ରହିବ ଦଳ ?
ଜୁନିଅର ବିଶ୍ୱକପ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ସରିଛି.. ଆସନ୍ତା ୨୪ରୁ କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ମ୍ୟାଚ୍
ଜୁନିଅର ହକି ବିଶ୍ୱକପ୍ ମ୍ୟାଚ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି।
ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲରେ ଆଜି ପାକିସ୍ତାନ-ଅଷ୍ଟ୍ରେଲିଆ ଟକ୍କର.. ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ..
ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ପାକିସ୍ତା-ଅଷ୍ଟ୍ରେଲିଆ
ଟି-୨୦ ବିଶ୍ୱକପ୍ର ଆଜି ପ୍ରଥମ ସେମିଫାଇନାଲ୍..ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ..
ବିରାଟ୍ କୋହଲି ଅଧିନାୟକତ୍ୱ ଛାଡ଼ିବା ପରେ ରୋହିତ ଶର୍ମା ମୁଣ୍ଡାଇଛନ୍ତି ଭାରତୀୟ ଟି-୨୦ ଦଳର ଭାର । ଏବେ ତାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ମ୍ୟାଚ୍ ଖେଳିବ ।
ଭାରତୀୟ କ୍ରିକେଟ୍ ଟିମ୍ ସବୁ ଫର୍ମାଟରେ ଚମ୍ପିଆନ୍ । ସାରା ବିଶ୍ୱରେ ଟିମ୍ ଇଣ୍ଡିଆର ଖ୍ୟାତି ରହିଛି । ସବୁ ଖେଳାଳି ପ୍ରତିଭାବାନ ଅଟନ୍ତି । ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି ।
ଡ୍ରେସିଂ ରୁମରେ ବିଦାୟୀ କୋଚ୍ ରବି ଶାସ୍ତ୍ରୀ ଏପରି କିଛି କହି ଖେଳାଳିଙ୍କ ଦମ୍ଭ ବଢ଼ାଇଛନ୍ତି.
କୋହିଲି-ଶାସ୍ତ୍ରୀଙ୍କ ସଫଳ ଯୋଡି । ପ୍ରାୟ ୭ ବର୍ଷର ଯୋଡିରେ ଅନେକ ଇତିହାସ ରଚିଛି ଭାରତ ।
ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ୮ ୱିକେଟ୍ ହରାଇ ୧୩୨ ରନ୍ କରିଥିଲା । ଏହାର ଜବାବରେ ୧୩୩ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇଥିଲା । ମାତ୍ର ଗୋଟିଏ ୱିକେଟ୍ ହରାଇ ୧୫.୨ ଓଭରରେ ୧୩୬ ରନ୍ କରି ବିଜୟ ହୋଇଛି ଭାରତ ।
ଟି-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପଛରେ ରହିଛି ଏହି ପାଞ୍ଚଟି ବଡ କାରଣ । କଣ ପାଇଁ ଭାରତ ସେମିଫାଇନାଲ ଦୌଡରୁ ବାଦ ପଡିଲା, ଏନେଇ ଚର୍ଚ୍ଚା ଜୋର ଧରିଛି । ଭାରତର ଖରାପ ପ୍ରଦର୍ଶନ ନେଇ ପ୍ରଶଂସକ ନିରାଶ ଥିବା ବେଳେ ଏନେକ ପୂର୍ବତନ କ୍ରିକେଟର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ୫ଟି ବଡ କାରଣ ।
ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା ।
ନ୍ୟୁଜିଲ୍ୟାଣ୍ଡ୍-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍କୁ ଯିବାର ରାସ୍ତା ସଫା ହୋଇ ଯିବ।
ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।
ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |
ସେମିଫାଇନାଲ୍ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।