Advertisment

ପଞ୍ଜାବ କିଙ୍ଗ୍ସର କମାଣ ଧରିବେ ମୟଙ୍କ

ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Mayank Agarwal

Mayank Agarwal

ଆଇପିଏଲ୍ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗ୍ସର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ମୟଙ୍କ ଅଗ୍ରୱାଲ୍। ଟିମ୍‌ ଇଣ୍ତିଆର ଏହି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲକୁ ପଞ୍ଜାବ କିଙ୍ଗ୍ସ ଟିମ୍ ଲୋକେଶ ରାହୁଲଙ୍କ ଉତ୍ତରାଧିକାରୀ ଭାବେ ଘୋଷିତ କରିଛି। ଅଗ୍ରୱାଲ୍ ୨୦୧୮ରୁ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜି ସହ ରହିଛନ୍ତି।

Advertisment

ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ। ଆଇପିଏଲ୍-୨୦୨୨ ନିଲାମ ପୂର୍ବରୁ ପଞ୍ଜାବ ଦୁଇଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା। ମୟଙ୍କଙ୍କ ବ୍ୟତୀତ ପେସ୍ ବୋଲର ଅର୍ଶଦୀପ ସିଂହଙ୍କୁ ମଧ୍ୟ ଟିମ୍ ନିଜ ସହ ରଖିବାକୁ ନିଷ୍ପତ୍ତି ନେଇଥିଲା।

ଏହି ନିଯୁକ୍ତିକୁ ନେଇ ଟିମର ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ କହିଛନ୍ତି, ମୟଙ୍କ ୨୦୧୮ରୁ ଟିମ ଓ ଲିଡରଶିପ୍ ଗ୍ରୁପର ପ୍ରମୁଖ ଅଂଶ ରହିଛନ୍ତି। ନିକଟରେ ଶେଷ ହୋଇଥିବା ନିଲାମରେ ଆମେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କୁ ଚୟନ କରିଛୁ। କୁମ୍ବଲେ ଆହୁରି କହିଛନ୍ତି, ଆମେ ମୟଙ୍କଙ୍କ ସହ ମିଶି ଭବିଷ୍ୟତ ପାଇଁ ଟିମର ଏକ ମଜଭୁତ୍ ଆଧାର ପ୍ରସ୍ତୁତ କରିବାକୁ ଚାହୁଁଛୁ। ତାଙ୍କ ପାଖରେ କ୍ୟାପଟେନ୍ ହେବା ପାଇଁ ଆବଶ୍ୟକ ଗୁଣ ରହିଛି। ଯେପରି ସେ କଠିନ ପରିଶ୍ରମ କରିବା ସହ ପଡ଼ିଆ ମଧ୍ୟରେ ଟିମ୍ ପାଇଁ ଶତପ୍ରତିଶତ ଯୋଗଦାନ ଦେବା ପାଇଁ ସର୍ବଦା ଉତ୍ସାହିତ ରୁହନ୍ତି। କ୍ୟାପଟେନ୍ ହେବା ପରେ ମୟଙ୍କଙ୍କ ସହ କାମ କରିବାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ମୋର ବିଶ୍ୱାସ ଯେ କ୍ୟାପଟେନ୍ ଭାବେ ସେ ଟିମକୁ ନିଶ୍ଚିତ ଭାବେ ସଫଳ କରାଇବେ।

Advertisment

ମୟଙ୍କ ୨୦୧୧ରେ ଆଇପିଏଲ୍ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଆଇପିଏଲ୍ ମ୍ୟାଚ୍ ଖେଳିସାରିଛନ୍ତି। ସେ ପ୍ରଥମଥର ଲାଗି ଆନୁଷ୍ଠାନିକ ଭାବେ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ନିଜର ଏହି ପ୍ରମୋସନକୁ ନେଇ ମୟଙ୍କ କହିଛନ୍ତି, ମୁଁ ୨୦୧୮ରୁ ପଞ୍ଜାବ ସହ ରହିଆସିଛି ଏବଂ ଏହି ଟିମର ନେତୃତ୍ୱ ନେବା ମୋ ପାଇଁ ସମ୍ନାନର କଥା। ମୁଁ ଏହି ଦାୟିତ୍ୱକୁ ପୂରା ନିଷ୍ଠାର ସହ ତୁଲାଇବି ବୋଲି ମୟଙ୍କ କହିଛନ୍ତି।

Mayank Agarwal IPL 2022
Advertisment
Advertisment