• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋହାଲି: କୋହଲିଙ୍କ ନାଁରେ ଆଉ ଏକ ମାଇଲ୍‌ ଖୁଣ୍ଟ । ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ବିରାଟ । ଷଷ୍ଠ ଭାରତୀୟ କ୍ରିକେଟର ଭାବେ ସେ ଟେଷ୍ଟ୍‌ କ୍ରିକେଟ୍‌ରେ ୮ ହଜାର ରନ୍ ପୂରଣ କରିଛନ୍ତି । ତେବେ ଆଜି ଗୋଟିଏ ଦିନରେ ସେ ଦୁଇଟି ରେକର୍ଡ ନିଜ ନାଁରେ କରିଛନ୍ତି । ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍‌ କ୍ରିକେଟ୍‌ରେ ୮୦୦୦ ରନ୍‌ କ୍ଲବ୍‌ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ  ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।

ଅନ୍ୟପଟେ ରୋହିତ ଶର୍ମାଙ୍କ ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ଅଧିନାୟକ ଭାବେ ଏହା ରୋହିତଙ୍କ ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟ କ୍ୟାପ୍‌ଟେନ୍‌ସିପ୍‌ରେ ସେ ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୋହଲି ସବୁବେଳେ ହାଇସ୍କୋରିଂ ପିଚ୍‌ ଭାବେ ଜଣାଶୁଣା । ତେଣୁ ଏଠାରେ ଭାରତ ଟସ୍‌ ଜିତିବା ଭଲ ସଙ୍କେତ ।

ମୋହାଲିରେ ପ୍ରଥମ ଇନିଂସ ଆଭରେଜ ସ୍କୋର ୩୫୫ ଥିବା ବେଳେ ଦ୍ୱିତୀୟ ଇନିଂସରେ ୩୭୯ । ସେହିପରି ତୃତୀୟ ଓ ୪ର୍ଥ ଇନିଂସରେ ଆଭରେଜ ସ୍କୋର ଯଥାକ୍ରମେ ୨୭୦ ଓ ୧୨୯ । ତେଣୁ ୪ର୍ଥ ଇନିଂସରେ ବ୍ୟାଟିଂ କରିବା ସହଜ ହେବନି ।

ଟସ୍‌ ବେଳେ ରୋହିତ କହିଛନ୍ତି, “ଭାରତର ଅଧିନାୟକ ହେବା ଗର୍ବ ଓ ସମ୍ମାନର ବିଷୟ । ମୁଁ କେବେ ହେଲେ ଏକଥା ସ୍ୱପ୍ନରେ ଭାବିନଥିଲି । ଆଗକୁ ଭଲ ହେବ ବୋଲି ଆଶା । ଆଜି ବେଶ ସ୍ୱତନ୍ତ୍ର ଦିନ । କାରଣ ବିରାଟଙ୍କର ଆଜି ୧୦୦ତମ ଟେଷ୍ଟ । ବହୁତ କମ ଖେଳାଳି ଏପରି ମାଇଲଖୁଣ୍ଟ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି ।