Advertisment

ଡେ’-ନାଇଟ୍‌ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଷ୍ଟାଡିୟମରେ ୧୦୦% ଦର୍ଶକଙ୍କୁ ମିଳିବ ଏଣ୍ଟ୍ରି

ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍‌ ଖେଳାଯିବ। ଅର୍ଥାତ୍‌ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍‌ ଦେଖି ପାରିବେ।

author-image
Rajalaxmi Sahoo
IND Vs SL Match

IND Vs SL Match

ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଏହି ଦିବା-ରାତ୍ର ମ୍ୟାଚ୍‌ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ତେବେ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍‌ ଖେଳାଯିବ। ଅର୍ଥାତ୍‌ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍‌ ଦେଖି ପାରିବେ। ଏଥିପାଇଁ ଅନୁମତି ମିଳିଛି। କର୍ଣ୍ଣାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏସନ୍‌ (KSCA)ର ସେକ୍ରେଟାରୀ ସନ୍ତୋଷ ମେନନ୍‌ ଜାତୀୟ ଗଣମାଧ୍ୟମ Aaj Takକୁ ଏହି ସୂଚନା ଦେଇଛନ୍ତି।

Advertisment

ସନ୍ତୋଷ ମେନନ୍‌ କହିଛନ୍ତି, ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ପୁରା ଦର୍ଶକଙ୍କୁ ନେଇ ଖେଳାଯିବ। ଏଥିପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଶତପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଏଣ୍ଟ୍ରି ପାଇଁ ପ୍ରସ୍ତୁତ କରାଯିବା ସହ ଟିକେଟ୍‌ ମଧ୍ୟ ଜାରି କରାଯାଇଛି।

ଜାଣନ୍ତୁ, ଟିକେଟ୍‌ର ଦାମ୍‌...

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଖେଳାଯିବ। ଏଥିପାଇଁ ୪ ପ୍ରକାରର ଟିକେଟ୍‌ ଦାମ୍‌ ରଖାଯାଇଛି। ସବୁଠାରୁ ମହଙ୍ଗା ଟିକେଟ୍‌ର ଦାମ୍‌ ୧,୨୦୦ ଟଙ୍କା ଥିବାବେଳେ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌ ୧୦୦ ଟଙ୍କା ରହିଛି। Grand Terrace ପାଇଁ ଫ୍ୟାନ୍ସଙ୍କୁ ୧,୨୫୦ ଟଙ୍କା, E-Executiveର ଦାମ୍‌ ୭୫୦ ଟଙ୍କା, ଡି-କର୍ପୋରେଟ୍‌ର ଦାମ୍‌ ୫୦୦ ଟଙ୍କା ରହିଛି। 

Advertisment

ଟିମ୍‌ ଇଣ୍ଡିଆ ଚତୁର୍ଥ ଦିବା-ରାତ୍ର ମ୍ୟାଚ୍‌ ଖେଳିବ...

ମ୍ୟାଚ୍‌ ପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଭାରତରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ୍‌ ସିରିଜ୍‌ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇ ଥିବାବେଳେ ପ୍ରଥମ ମୁକାବିଲା ମୋହାଲିରେ ଖେଳା ଯାଇଥିଲା। ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ଥିଲା। ଏବେ ଉଭୟ ଟିମ୍ ମଧ୍ୟରେ ସିରିଜ୍‌ର ଶେଷ ଓ ଦ୍ୱିତୀୟ ମ୍ୟାଚ୍‌ ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳାଯିବ। ବର୍ତ୍ତମାନ ସୁଦ୍ଧା ଟିମ୍‌ ଇଣ୍ଡିଆ ମୋଟ୍‌ ୩ଟିରୁ ୨ଟି ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଜିତିଛି। କେବଳ ଗୋଟିଏ ଦିବା-ରାତ୍ର ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ହାରି ଥିଲା। ୨୦୨୦ ଡିସେମ୍ବରରେ ଏଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌ ଖେଳି ଥିଲା। 

Team India IND Vs SL Test Series IND Vs SL Match
Advertisment
Advertisment