Advertisment

ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଦମଦାର ସ୍ଥିତିରେ ଟିମ୍‌ ଇଣ୍ତିଆ, ୪୬୬ ରନ୍‌ରେ ପଛୁଆ ଶ୍ରୀଲଙ୍କା

ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍‌ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍‌ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।

author-image
Otv Khabar Bureau
Ind vs Sl test

Ind vs Sl test

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍‌ ଇଣ୍ତିଆ । ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଟିମ୍ ୪ ୱିକେଟ୍ ହରାଇ ୧୦୮ ରନ୍ କରିଛି । ଫଳରେ ଏବେ ବି ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍‌ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍‌ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ଭାରତ ପ୍ରଥମ ଇନିଂସରେ ୫୭୪ ରନ୍‌ର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଜବରଦସ୍ତ ଶତକୀୟ ପାରି ଖେଳିଥିଲେ ।

Advertisment

ଗତକାଲି ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେ ଓ ଲାହିରୁ ଥିରିମାନେ ପ୍ରଥମ ଇନିଂସ ଆରମ୍ଭ କରିଥିଲେ। ଦୁହେଁ ଜଗିରଖି ଖେଳୁଥିଲେ। କିନ୍ତୁ ୧୮.୨ ଓଭରରେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଲାହିରୁ ଥିରିମାନେ। ଆଉଟ୍ ହେଲା ବେଳକୁ ସେ ୬୦ଟି ବଲ୍‌ରୁ ୧୭ ରନ୍ କରିଥିଲେ। ଏହାର ୬ ଓଭର ପରେ ଆଉଟ୍ ହୋଇଥିଲେ ଅଧିନାୟକ ଦିମୁତ କରୁଣାରତ୍ନେ। ସେ ୭୧ଟି ବଲ୍‌ରେ ୫ଟି ଚୌକା ସାହାଯ୍ୟରେ ୨୮ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଜାଡେଜା ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ।

ଦିମୁତ ଆଉଟ୍ ହେବା ପରେ ପାଥୁମ ନିଶାଙ୍କ ଓ ଆଞ୍ଜେଲୋ ମାଥ୍ୟୁସ୍ ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ୩୩ତମ ଓଭରରେ ଏଥିରେ ପଡ଼ିଥିଲା ବ୍ରେକ୍‌। ଆଞ୍ଜେଲୋ ମାଥ୍ୟୁସ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ଯଶପ୍ରୀତ ବୁମ୍ରା। ମାଥ୍ୟୁସ୍‌ ୩୯ଟି ବଲ୍‌ରୁ ମାତ୍ର ୨୨ ରନ୍ କରିଥିଲେ। ଏହା ପରେ କ୍ରିଜ୍‌କୁ ଆସିଥିଲେ ଧନଞ୍ଜୟ ଡି’ସିଲଭା। କିନ୍ତୁ ସେ ତିଷ୍ଠି ପାରି ନଥିଲେ। ମାତ୍ର ୮ଟି ବଲ୍‌ ଖେଳି ୧ ରନ୍‌ରେ ସେ ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

Advertisment

ତିନି ନମ୍ବରରେ ଆସିଥିବା ପାଥୁମଙ୍କ ସହିତ ଚରିତ ଅସଲଙ୍କା ଅପରାଜିତ ରହିଛନ୍ତି। ଏ ଦୁହେଁ ଆସନ୍ତାକାଲି ପୁଣି ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇବେ। ଭାରତ ପକ୍ଷରୁ ଅଶ୍ୱିନ ୨ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ଓ ବୁମ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Cricket IND Vs SL Test
Advertisment
Advertisment