Rajasthan Royals
ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ଆଇପିଏଲ ୨୦୨୨ ସଂସ୍କରଣ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି । ୨୦୨୨ ରାଜସ୍ଥାନ ରୟାଲ୍ସ ଜର୍ସି ଏକ ନିଆରା ରାଜସ୍ଥାନୀ ଡିଜାଇନ୍ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହାକୁ 'ଲେହେରିଆ' କୁହାଯାଉଛି, ଯାହାର ଅର୍ଥ ଇଂରାଜୀରେ 'ଢେଉ' ।
FMX କିମ୍ବଦନ୍ତୀ ରବି ମ୍ୟାଡିସନ ଏହି ଜର୍ସି ଉନ୍ମୋଚନର ମୁଖ୍ୟ ତାରକା ରହିଛନ୍ତି । ଯାହା ଜୟପୁରର ରଙ୍ଗୀନ ସହରକୁ ଏକ ନୂତନ ଆଲୋକରେ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲୀୟ ଡେୟାରଡେଭିଲ୍ ଯିଏକି ଜଣେ ରେଡ୍ ବୁଲ୍ ଆଥଲେଟ୍ ତାଙ୍କୁ ରାଜସ୍ଥାନ ରୟାଲ୍ସର ଜର୍ସି ବିତରଣର ଦାୟିତ୍ୱ ଦିଆଯାଉଛି । ରାଜସ୍ଥାନ ରୟାଲ୍ସର ହୋମ୍ ଗ୍ରାଉଣ୍ଡରେ ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚନ ଏକ ନିଆରା ଢଙ୍ଗରେ ହୋଇଛି ।
ମ୍ୟାଡିସନ୍ ଜୟପୁରର କେତେକ ଆଇକନିକ୍ ସ୍ଥାନ ସମେତ ସହରର ଗଳିକନ୍ଦିରେ ବାଇକ୍ ଷ୍ଟଣ୍ଟ ଦେଖାଇ ଶେଷରେ ସୱାଇ ମାନସିଂହ ଷ୍ଟାଡିୟମର ଛାତ ଉପରେ ପହଞ୍ଚିଥିଲେ । ଷ୍ଟାଡିୟମ ଛାତରେ କିଛି ସମୟ ଅଟକି ସିଧା ୪ ମହଲା ଛାତ ଉପରୁ କ୍ରିକେଟ୍ ପଡିଆକୁ ଡିଆଁ ମାରିଥିଲେ ଏବଂ ସଫଳତାର ସହ ଲ୍ୟାଣ୍ତ କରିଥିଲେ । ସେ ଏକ ପାର୍ସଲକୁ ସଞ୍ଜୁ ସାମସନ ଦେଇଥିଲେ । ସେହି ପାର୍ସଲରେରେ ଟିମ୍ର ନୂଆ ଜର୍ସି ରହିଥିଲା ।
Pink & blue. But all-new. 💗
The Rajasthan Royals official #IPL2022 match kit has been (express) delivered. 🏍️🔥#HallaBol | #GivesYouWiiings | @IamSanjuSamson | @yuzi_chahal | @ParagRiyan | @redbullindiapic.twitter.com/HW75lGusVN
— Rajasthan Royals (@rajasthanroyals) March 15, 2022
ସଞ୍ଜୁ ସାମସନ ଟିମ୍ର ଜର୍ସି ପିନ୍ଧିବା ସହ କହିଛନ୍ତି ଯେ, ମ୍ୟାଡିସନ୍ଙ୍କ ହଠାତ୍ ଏଠାରେ ପହଞ୍ଚିବା ବେଶ୍ ଆଶ୍ଚର୍ଯ୍ୟଜନକ ଥିଲା, ରବିଙ୍କ ଚମତ୍କାର ଷ୍ଟଣ୍ଟଗୁଡିକ ମୁଁ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ଭାବରେ ଦେଖିଲି, ପୂର୍ବରୁ କେବଳ ଟିଭିରେ ଦେଖିଥିଲି । କ୍ରିକେଟ୍ ଛଡା ଏହି ଷ୍ଟଣ୍ଟ କରିବାକୁ ସେ ଇଚ୍ଛୁକ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)