/odishatv-khabar/media/post_attachments/uploadimage/library/16_9/16_9_0/IND_vs_BAN_1647935275.jpg)
IND vs BAN
ଆଇସିସି ମହିଳା ବିଶ୍ୱକପରେ ଆଜି ଭାରତ ସହ ବାଂଲାଦେଶର ଟକ୍କର । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ ମହିଳା କ୍ରିକେଟ ଟିମ୍। ଆଜି ଭାରତ ପାଇଁ କର ବା ମର ପରିସ୍ଥିତି । ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।
ସେପଟେ ବାଂଲାଦେଶ ଦଳ ମଧ୍ୟ କିଛି କମ ନୁହେଁ । ଚଳିତ ବିଶ୍ୱକପରେ ପାକିସ୍ତାନକୁ ହରାଇ ଗୋଟିଏ ବିଜୟ ହାସଲ କରିଛି । ଯଦି ଭାରତକୁ ପରାସ୍ତ କରୁଛି ତେବେ ବାଂଲାଦେଶ ଟିମ୍ର ରନ୍ ରେଟ୍ ଭାରତ ଦଳ ଠାରୁ ଅଧିକ ହୋଇଯିବ । ବାଂଲାଦେଶ ମଧ୍ୟ ଭାରତ ଟିମ ତୁଳନାରେ ଗୋଟିଏ ମ୍ୟାଚ୍ କମ ଖେଳିଛି ।
ଯଦି ରନ୍ରେଟ୍ ଅଧିକ ରୁହେ, ତେବେ ବାଂଲାଦେଶକୁ ସେମିଫାଇନାଲ ଯିବାକୁ ସୁଯୋଗ ମିଳିଯିବ । ସେପଟେ ଆଜି ଯାଏଂ ବାଂଲାଦେଶ ଟିମ ସହ ଖେଳାଯାଇଥିବା ସମସ୍ତ ମ୍ୟାଚ୍ରେ ଭାରତକୁ ବିଜୟ ମିଳିଛି । ଖେଳାଯାଇଥିବା ୪ଟି ମ୍ୟାଚ୍ରୁ ସବୁବେଳେ ଭାରତୀୟ ଦଳ ବିଜୟ ହୋଇଛି । ବିଶ୍ୱକପରେ ପ୍ରଥମ ଥର ଲାଗି ଦୁଇ ଦଳ ଆମନାସାମନା ହେବାକୁ ଯାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)