/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646547454.jpg)
IND vs SL Test
ମୋହାଲି ଟେଷ୍ଟରେ ଶ୍ରୀଲଙ୍କାର ବିପର୍ଯ୍ୟୟ । ୧୭୪ ରନ୍ରେ ଅଲଆଉଟ୍ ହୋଇଗଲା ଶ୍ରୀଲଙ୍କା ଟିମ୍ । ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେକିବାକୁ ମିଳିଛି । ବ୍ୟାଟିଂରେ ଶତକ ପରେ ୫ଟି ୱିକେଟ ହାସଲ କରିଛନ୍ତି ଜାଡେଜା । ପ୍ରଥମ ଇନିଂସରେ ଭାରତ ଶ୍ରୀଲଙ୍କା ଠାରୁ ୪୦୦ ରନ୍ ଆଗରେ ରହିଛି ।
Advertisment
ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍ ଇଣ୍ତିଆ । ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଟିମ୍ ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା । ଆର୍.ଅଶ୍ୱିନ୍ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି ।
ଜାଡେଜାଙ୍କୁ ୫ଟି ୱିକେଟ୍ ମିଳିଥିବା ବେଳେ ଅଶ୍ୱିନ୍ ଓ ଜସପ୍ରିତ ବୁମରାଙ୍କୁ ଦୁଇଟି ଲେଖାଏଁ ଓ ସାମିଙ୍କୁ ଗୋଟିଏ ୱିକେଟ୍ ମିଳିଛି । ଭାରତ ପ୍ରଥମ ଇନିଂସରେ ୫୭୪ ରନ୍ର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଜବରଦସ୍ତ ଶତକୀୟ ପାରି ଖେଳିଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)