Handball Tournament
କେନ୍ଦୁଝରରେ ୩ ଦିନ ଧରି ଚାଲିଥିବା ୩୪ ତମ ରାଜ୍ୟସ୍ତରୀୟ ସିନିୟର୍ ଦିବାରାତ୍ର ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ ମ୍ୟାଚ୍ ଶେଷ ହୋଇଛି । ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ୧୮ଟି ଜିଲ୍ଲାରୁ ୪ ଶହରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳୀ ଭାଗ ନେଇଥିଲେ । ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।
ପ୍ରଥମରୁ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବିଜୟୀ ଟିମ୍କୁ ଅତିରିକ୍ତ ଜିଲ୍ଲାପାଳ ଟ୍ରଫି ପ୍ରଦାନ କରିଥିଲେ । ତାଙ୍କ ସହ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହି ଅଧିକାରୀ ଡା. ମଧୁମ୍ମିତା ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ । ଏହି ଚାମ୍ପିଆନସିପ୍ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀ ରାଜସ୍ଥାନର ଜୟପୁର ଠାରେ ହେବାକୁ ଥିବା ଜାତୀୟ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ ଖେଳରେ ଭାଗ ନେବାର ସୁଯୋଗ ପାଇବେ ।
ନୁତନ ଭାବେ ନିର୍ମିତ ଏହି ଷ୍ଟାଡିୟମରେ ଖେଳିବାକୁ ଖେଳାଳୀଙ୍କ ଯେତିକି ଆଗ୍ରହ, ଦର୍ଶକ ମାନେ ତା ଠାରୁ ବେଶି ଖୁସିଥିଲେ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଏକ ଭଲ କୋଚ ନିଯୁକ୍ତ ହେଲେ ପିଲାମାନେ ଆହୁରି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଦେଶ ପାଇଁ ସୁନାମ ଆଣି ପାରିବେ ବୋଲି ଖେଳାଳୀଙ୍କ ଆଶା ରହିଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)