• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋହାଲି ଟେଷ୍ଟରେ ଭାରତର ଇନିଂସ ବିଜୟ । ଶ୍ରୀଲଙ୍କା ବିପକ୍ଷରେ ଇନିଂସ ବିଜୟ ହାସଲ କଲା ଭାରତ । ଗୋଟିଏ ଇନିଂସ ଓ ୨୨୨ ରନ୍‌ରେ ଜିତିଲା ଭାରତ । ମାଟି କାମୁଡ଼ିଲା ଶ୍ରୀଲଙ୍କା । କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି । ଏଥିସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି ।

ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୫୭୪ ରନ କରିଥିଲା । ୫୭୫ ରନ୍‌ର ଲକ୍ଷ ନେଇ ଶ୍ରୀଲଙ୍କା ମଇଦାନକୁ ଓହ୍ଲାଇଥିବା ବେଳେ ପ୍ରଥମ ଇନିଂସରେ ୧୭୪ ରନ୍ କରି ଅଲଆଉଟ୍ ହୋଇଥିଲା । ପରେ ଫଲୋଅନ ପାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କ ଦ୍ୱିତୀୟ ଇନିଂସରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦ୍ୱିତୀୟ ଇନିଂସରେ ଦଳ ମାତ୍ର ୧୭୮ ରନ କରି ଅଲଆଉଟ୍ ହୋଇଥିଲା ।

ଶ୍ରୀଲଙ୍କା ପକ୍ଷରୁ ନିରୋଶାନ୍ ଡିକୱେଲା ସର୍ବାଧିକ ୫୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଧନଞ୍ଜୟ ଡି’ସିଲଭା ୩୦, ଆଞ୍ଜେଲୋ ମାଥ୍ୟୁସ୍ ୨୮, କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୨୭ ଓ ଚରିଥ ଅସଲଙ୍କା ୨୦ ରନ୍ କରିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ପାଇଥିଲେ ।

ତେବେ ବ୍ୟାଟିଂରେ ଅପରାଜିତ ୧୭୫ ରନର ଯୋଗଦାନ କରିଥିବା ଜାଡେଜା ବୋଲିଂରେ ମଧ୍ୟ କମାଲ୍ କରିଥିଲେ । ଦୁଇଟି ଯାକ ଇନିଂସରେ ମୋଟ ୯ ୱିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଜାଡେଜା ।