Advertisment

ଆହତ ପକ୍ଷୀର ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଲେ ଗଡ୍ ଅଫ୍ କ୍ରିକେଟ୍

କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...

author-image
Prangyan Parimita
tendulkar

tendulkar

କ୍ରିକେଟ୍ ଜଗତକୁ ଅଲବିଦା କରି ସାରିଛନ୍ତି ସଚିନ ତେନ୍ଦୁଲକର। କିନ୍ତୁ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ନିକଟରେ ଏକ ଆହତ ପକ୍ଷୀର ଜୀବନ ବଞ୍ଚାଇ ସେ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ଯାହାର ଭିଡିଓ ସଚିନ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର କରାଯାଇଥିବା ଏହି ଭିଡିଓ ଏବେ ଇଣ୍ଟରନେଟ୍ ଦୁନିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥି ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କ କାମକୁ ଢେର ସାରା ପ୍ରଶଂସା କରିଛନ୍ତି।

Advertisment

ସୋସିଆଲ ମିଡିଆରେ ଯେଉଁ ଭିଡିଓଟି ବେଶ ଭାଇରାଲ ହେଉଛି, ସେଥିରେ ସଚିନ୍ ସମୁଦ୍ର କୂଳରେ ଏକ ପକ୍ଷୀକୁ ଧରିଥିବା ଦେଖିବାକୁ ମିଳୁଛି। ପକ୍ଷୀଟିକୁ ଧରି ସଚିନ କହୁଛନ୍ତି, ମୁଁ ଆଶା କରୁଛି ଏହାର ଜୀବନ ନିଶ୍ଚୟ ଭାବେ ବଞ୍ଚିଯିବ। ଏହା ପରେ ସେ ପକ୍ଷୀକୁ ଏକ ଦୋକାନକୁ ନେଇ ଯାଇଥିଲେ। ଆଉ ସେଠାରେ ପାଟି କରି ପଚାରୁଛନ୍ତି, ଏହି ପକ୍ଷୀ ପାଇଁ କିଛି ଖାଇବା ଅଛି କି? ଏହା ପରେ ଆହତ ପକ୍ଷୀର ଖାଦ୍ୟ ପାଇଁ ସଚିନ ବ୍ୟବସ୍ଥା କରୁଛନ୍ତି। ଭାଇରାଲ ଭିଡିଓରେ ସଚିନଙ୍କ ସହ ଅନ୍ୟ ଜଣେ ମଧ୍ୟ ନଜର ଆସୁଛନ୍ତି। ଯିଏ ପକ୍ଷୀକୁ ପିଇବାକୁ ପାଣି ଦେଉଛନ୍ତି।

ଏମିତିକି ଆହତ ପକ୍ଷୀର ଚିକିତ୍ସା ପାଇଁ ସଚିନ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଯେଉଁଠାରେ ଜଣାପଡିଥିଲା, ପକ୍ଷୀର ଗୋଟିଏ ଗୋଡ ଭାଙ୍ଗି ଯାଇଥିବା ଡାକ୍ତର କହିଥିଲେ। ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ସଚିନ୍ ତେନ୍ଦୁଲକରଙ୍କ ଉଦାରତାର ବହୁତ ପ୍ରଶଂସା କରୁଛନ୍ତି।

Advertisment
Special Story
Advertisment
Advertisment