• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାକି ସାର୍ଟ, କାନ୍ଧରେ ରୁମାଲ । ମୋଟା ବହଳ ନିଶ ସାଙ୍ଗକୁ ଆଖିରେ ହଳଦିଆ ଚଷମା । କୁଲ୍‌ ଅନ୍ଦାଜରେ କ୍ୟାପଟେନ୍‌ କୁଲ । ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତଙ୍କ ଲୁକରେ ନଜର ଆସୁଛନ୍ତି ମହେନ୍ଦ୍ର ସିଂ ଧୋନି । ତେବେ ହଠାତ ଦେଖିଲେ ହୁଏତ ତାଙ୍କୁ ଚିହ୍ନିବା କଷ୍ଟରକର ହୋଇପାରେ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନ୍ତର୍ଜାତୀୟ କ୍ରିକେଟରୁ ଦୀର୍ଘ ସମୟ ହେଲା ଅବସର ନେଇସାରିଲେନି ।

ହେଲେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ତାଙ୍କର କ୍ରେଜ୍ ଏବେ ବି ପୂର୍ବ ପରି ରହିଛି । ଧୋନୀଙ୍କ ସହ ଜଡିତ ପ୍ରତ୍ୟେକ ଖବର ଉପରେ ପ୍ରଶଂସକମାନେ ନଜର ରଖିଛନ୍ତି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଧୋନୀଙ୍କର ଏପରି ଏକ ଭିଡିଓକୁ ବହୁ ସଂଖ୍ୟାରେ ସେୟାର କରାଯାଉଛି ।

ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍‌ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରିଛନ୍ତି । କ୍ୟାପଟେନ କୁଲ ଭାବରେ ଜଣାଶୁଣା ଧୋନୀ ଏହି ଭିଡିଓରେ ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି । ସେ ଦକ୍ଷିଣୀ ସୁପରଷ୍ଟାର ରଜନୀକାନ୍ତଙ୍କ ପରି ଅବିକଳ ଦେଖାଯାଉଛନ୍ତି ।

ଭିଡିଓରେ ଧୋନୀ ବସ୍ କଣ୍ଡକ୍ଟର ପରି ଖାକି ୟୁନିଫର୍ମ ପିନ୍ଧିଛନ୍ତି । ଖାକି ଉପରେ ତଥା ବେକରେ ଏକ ବଡ ରୁମାଲ ବନ୍ଧା ହୋଇଛି । ଏହା ସହିତ ରଜନୀକାନ୍ତଙ୍କ ପରି କେଶ ଆଉ ବେଶଭୂଷା । ଧୋନୀଙ୍କ ଫ୍ୟାନ୍‌ଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ।

ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ସେ ଆଇପିଏଲ ଖେଳିବା ଜାରି ରଖିବେ । ଏଥର ମଧ୍ୟ ସେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ । ଚେନ୍ନାଇ ନିଜ ରିଟେନ୍‌ ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଧୋନୀଙ୍କ ଅଧିନାୟକୀରେ ଚେନ୍ନାଇ ଗତ ଥର ମଧ୍ୟ ଆଇପିଏଲ୍ ଟ୍ରଫି ଜିତିଥିଲା ।