Advertisment

ବିଖ୍ୟାତ କ୍ରିକେଟର ସେନ ୱର୍ଣ୍ଣଙ୍କ ପରଲୋକ

ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଲୋକପ୍ରିୟ ଥିଲେ ସେନ ଓ୍ବର୍ଣ୍ଣ।

author-image
Chandan Shishu
ଅଦ୍ୟତନ ହୋଇଛି
କ୍ରିକେଟର  ସେନ ୱର୍ଣ୍ଣ

କ୍ରିକେଟର ସେନ ୱର୍ଣ୍ଣ

ଅଷ୍ଟ୍ରେଲିଆ: ଜଣାଶୁଣା ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱର୍ଣ୍ଣଙ୍କ ପରଲୋକ ଘଟିଛି। ମାତ୍ର ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ଘଟିଥିବା ସୂଚନା ମିଳିଛି। ହୃଦଘାତରେ ସେନ ୱର୍ଣ୍ଣଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ବିଖ୍ୟାତ ଥିଲେ ସେନ ଓ୍ବର୍ଣ୍ଣ। ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ଓ୍ବିକେଟ ନେଇଛନ୍ତି ଓ୍ବାର୍ଣ୍ଣ। ଟେଷ୍ଟରେ ୭୦୮ ଓ ଦିନିକିଆରେ ୨୯୩ ଓ୍ବିକେଟ ନେଇଛନ୍ତି ଓ୍ବାର୍ଣ୍ଣ। 

Advertisment
shane warneshane warne

ଟେଷ୍ଟ୍ ମ୍ୟାଚ୍‌ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା। ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା। ସେ ଟେଷ୍ଟ୍ ମ୍ୟାଚ୍‌ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ। ୭୧ ରନ୍‌ରେ ୮ ୱିକେଟ୍‌ ଥିଲା ଏହି ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଦିନିକିଆରେ ୩୩ ରନ୍‌ରେ ୫ଟି ୱିକେଟ୍‌ ଥିଲା

ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍‌ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ।ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

Advertisment
Australia Cricketer ICC
Advertisment
Advertisment