• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଙ୍ଗାଲୁରୁ ଟେଷ୍ଟରେ ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ । ୨ୟ ଇନିଂସରେ ଶ୍ରୀଲଙ୍କା ୨୦୮ ରନରେ ଅଲଆଉଟ । ଅଧିନାୟକ ଦିମୁଥ କରୁଣାରତ୍ନେଙ୍କ ଶତକ ସତ୍ତ୍ୱେ ବର୍ତ୍ତି ପାରିଲାନି ଶ୍ରୀଲଙ୍କା । ବେଙ୍ଗଲୁରୁ ବିଜୟ ସହ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିନେଲା ଭାରତ । 

ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ସିଂହଳ ଟିମ ୨୦୮ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚ୍‌କୁ ୨୩୮ ରନ୍‌ରେ ଜିତି ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ୍‌କୁ ୨-୦ରେ କ୍ଲିନ ସୁଇପ କରିଛି ।

ଭାରତ ପ୍ରଥମ ଇନିଂସରେ ୨୫୨ ରନ୍‌ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା କେବଳ ୧୦୯ ରନ୍‌ କରିଥିଲା । ଏହାପରେ ଭାରତ ତା’ର ଦ୍ୱିତୀୟ ଇନିଂସରେ ୩୦୩/୯ରେ ପାଳି ଘୋଷଣା କରିଥିଲା । ଫଳରେ ଶ୍ରୀଲଙ୍କାକୁ ୪୪୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଗତକାଲି ୭ ଓଭର ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ଶ୍ରୀଲଙ୍କା ୨୮ ରନ୍ କରିଥିଲା ।

ଆଜି ଖେଳ ଆରମ୍ଭରୁ କରୁଣାରତ୍ନେ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରିଥିଲେ । ବିଶେଷ କରି ମେଣ୍ଡିସ ଦର୍ଶନୀୟ ଶଟ ଖେଳି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ସେ ୫୪ ରନ୍‌ କରିଥିବା ବେଳେ ରବି ଅଶ୍ୱିନ ତାଙ୍କୁ ଆଉଟ କରି ସିଂହଳ ଟିମକୁ ଜବରଦସ୍ତ ଝଟକା ଦେଇଥିଲେ । ଏହାପରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ(୧)ଙ୍କୁ ରବୀନ୍ଦ୍ର ଜାଡେଜା କ୍ଲିନବୋଲ୍ଡ କରିଥିଲେ । ଦଳୀୟ ସ୍କୋର ୧୦୫ ଥିବା ବେଳେ ଅଶ୍ୱିନ ୪ ରନ୍‌ କରିଥିବା ଧନଞ୍ଜୟ ଡି’ସିଲଭାଙ୍କୁ ପ୍ୟାଭିଲିୟନ ପଠାଇ ଶ୍ରୀଲଙ୍କାକୁ ୪ର୍ଥ ଝଟକା ଦେଇଥିଲେ ।

ତେବେ ଶ୍ରୀଲଙ୍କା ବିପକ୍ଷ ପିଙ୍କ ବଲ ଟେଷ୍ଟରେ ଭାରତର ଅଶ୍ୱିନ ପ୍ରଥମ ଇନିଂସରେ ୨ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ମଧ୍ୟ ଦୁଇଟି ୱିକେଟ୍ ହାସଲ କରିଥିଲେ । ଏହାସହ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଆଜି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏବେ ସେ ଡେଲ ଷ୍ଟେନଙ୍କୁ ପଛରେ ପକାଇ ବିଶ୍ୱର ସର୍ବାଧିକ ଟେଷ୍ଟ ୱିକେଟ ହାସଲକାରୀ ଖେଳାଳିଙ୍କ ତାଲିକାରେ ନିଜ ସ୍ଥାନ ତିଆରି କରିଛନ୍ତି । ସେ ଏହି ତାଲିକାର ୮ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି ।

ଅଶ୍ୱିନ ଆଜି ଶ୍ରୀଲଙ୍କା ବିପକ୍ଷ ପିଙ୍କ ବଲ ଟେଷ୍ଟର ତୃତୀୟ ଦିନରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କରି ଏପରି ରେକର୍ଡ କରିଛନ୍ତି । ଏବେ ଟେଷ୍ଟରେ ଅଶ୍ୱିନଙ୍କ ୱିକେଟ ସଂଖ୍ୟା ୪୪୦ରେ ପହଞ୍ଚିଛି । ଅଶ୍ୱିନଙ୍କ ଉପରେ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ୍‌ ଷ୍ଟେନ ୩୩୯ ୱିକେଟ ସହ ଏହି ସ୍ଥାନରେ ରହିଥିଲେ । ସେହିପରି ଅଶ୍ୱିନୀ ଲିଜେଣ୍ଡାରୀ ବୋଲର କର୍ଟନୀ ୱାଲ୍ସ(୫୧୯)ଙ୍କ ଠାରୁ ୭୯ଟି ୱିକେଟ ପଛରେ ରହିଛନ୍ତି ।