ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ଖୁବ୍ ଧୂମଧାମ୍ରେ ପାଳନ କରାଯାଏ। ଏହି ଦିନ ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଉତ୍ସବ ଭାବେ ପାଳନ କରାଯାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ଏହିଦିନ ସୂର୍ଯ୍ୟଙ୍କୁ ଉପାସନା କରାଯାଏ।
ଚଳିତ ବର୍ଷ ଆଜି ଅର୍ଥାତ ଜାନୁୟାରୀ ୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କଲେ। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପ୍ରକ୍ରିୟାକୁ ସଂକ୍ରାନ୍ତି କୁହାଯାଏ।
ଭଗବାନ ରାମ ହେଉଛନ୍ତି ଏ ଜାତିରେ ପ୍ରାଣ ଆଉ ପରମ୍ପରା ମଧ୍ୟ। ଏ ସମାଜ ରାମଙ୍କ ଠାରୁ ଜଣେ ଭାଇର ଭଲ ପାଇବା, ଜଣେ ପୁତ୍ରର କର୍ତ୍ତବ୍ୟ, ଜଣେ ପତିର ପ୍ରେମ, ଜଣେ ବନ୍ଧୁର ପ୍ରତିଶ୍ରୁତି, ଜଣେ ରାଜାର ପ୍ରଜା ବତ୍ସଲ୍ୟ ଶିଖିପାରିବ। ଭଗବାନ ରାମଙ୍କୁ ନେଇ ରହିଛି ଅନେକ କଥା ଓ ରହସ୍ୟ। ତେବେ ଆସନ୍ତୁ ଏମିତି ୫ଟି ରହସ୍ୟ ଉପରେ ନଜର ପକେଇ ନେବା।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅରଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ ।
ସମସ୍ତେ ଜାଣିଥିବେ ଯେ ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ। ସେମାନେ ହେଲେ ରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ। ଆପଣ ହୁଏତ ଜାଣି ନ ଥିବେ ଭଗବାନ ଶ୍ରୀରାମଙ୍କର ଜଣେ ବଡ ଭଉଣୀ ମଧ୍ୟ ଥିଲେ। ତେବେ ଆସନ୍ତୁ ସେପଟେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଏପଟେ ଶ୍ରୀରାମଙ୍କ ବଡ ଭଉଣୀଙ୍କ ବିଷୟରେ ଜାଣିନେବା।
ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ ।
କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି ।
ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା ଦାବିରେ ଅଟଳ ଅଛନ୍ତି । ତେଣେ ଜିଲ୍ଲା ପ୍ରଶାସନ କହିଛି- ପରିକ୍ରମା ପ୍ରକଳ୍ପ କାମ ସରିଲେ ସମସ୍ତଙ୍କ ମତାମତ ନିଆଯାଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।
ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି ।
ଜାଣିରଖନ୍ତୁ ମହାଦେବଙ୍କୁ କେମିତି କରିବେ ପ୍ରସନ୍ନ ?
ଅନେକ ରାଶିଙ୍କୁ ମିଳିବ ବିଶେଷ କୃପା
ଚଳିତ ବର୍ଷ ମହାଶିବରାତ୍ରୀ ଶନିବାର ପଡୁଛି। ଏହି ଦିନ ଶନି ବ୍ରତ ଯୋଗୁଁ ଶନି ଦେବ ମଧ୍ୟ ପ୍ରସନ୍ନ ହୋଇପାରନ୍ତି। ଭଗବାନ ଶିବଙ୍କୁ ପୂଜା କରି ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିପାରେ। ଜାଣନ୍ତୁ କିପରି କରିବେ ଉଭୟ ଶନି ଓ ଶିବଙ୍କୁ ସନ୍ତୁଷ୍ଟ।
ଭଗବାନ ଶିବଙ୍କ ଜୀବନ୍ତ ଚେହେରା କଥା ମନକୁ ଆସିଲେ ଆପେ ଆପେ ଆସିଯାଏ 'ଓମ୍ ନମଃ ଶିବାୟ'ର କଳାକାର ସମର ଜୟ ସିଂହଙ୍କ ଚେହେରା। ଲୋକେ ତାଙ୍କ ଫଟୋ ରଖି ପୂଜା କରୁଛନ୍ତି ତେବେ ଶିବଙ୍କ ଭୂମିକାରେ ଅଭିନୟ କରି ଆହୁରି ଅନେକ କଳାକାର ମଧ୍ୟ ପୂଜା ପାଉଛନ୍ତି। କିଏ ସେମାନେ ଆସନ୍ତୁ ଜାଣିବା।
ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ। ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ୪ଟି ବଡ଼ କାରଣ ଅଛି। ଆସନ୍ତୁ ଜାଣିବା…
ମହାଶିବରାତ୍ରୀରେ ଆପଣ ନିଶ୍ଚିତ ଶିବଲିଙ୍ଗରେ ବେଲପତ୍ର ଚଢେଇବେ। ଏହା ପୂର୍ବରୁ ଜାଣି ନେବା ଜରୁରୀ ଯେ ବେଲପତ୍ର କିପରି ଛିଡାଯାଏ ଓ ଶିବଲିଙ୍ଗରେ କିପରି ଚଢାଯାଏ। ଜାଣନ୍ତୁ ଏହାର ଫାଇଦା କ’ଣ..
ପିତୃପକ୍ଷରେ ବିଶେଷ କରି ପିତା, ପିତାମହ, ପ୍ରପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। କେବଳ ସାଧାରଣ ମଣିଷ ନୁହନ୍ତି, ଦେବତା ବି ପିଣ୍ଡଦାନ କରିଥିଲେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ନେଇ ଭଗୀରଥ ମା’ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଅଜାଙ୍କ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ଭଗୀରଥ କିପରି ଏହାକୁ ସଫଳ କରି ଦେଖେଇଲେ ଆସନ୍ତୁ ଜାଣିବା।
ଫଟୋରେ ଫଟୋରେ ଦେଖନ୍ତୁ ରାଜ୍ୟର ବିଭିନ୍ନ ଖବର
ଭାରତରେ ରହିଛି ଅନେକ ପ୍ରଥା ଓ ପରମ୍ପରା। ଆଧୁନିକତାର ସ୍ପର୍ଶରେ ଆମେ ଏହାକୁ ପୁରୁଣାକାଳିଆ କଥା କହି ଭୁଲିଯାଉଛେ। କିନ୍ତୁ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ ମତ। ସେମିତି ଏକ ପରମ୍ପରା ହେଉଛି ମହିଳାମାନଙ୍କ ଗୋଡ ମୁଦି। ଜାଣନ୍ତୁ ଏହାର କାରଣ।
ହିନ୍ଦୁ ବିଶ୍ୱାସ ଅନୁଯାୟୀ ପ୍ରେମ ସମ୍ପର୍କକୁ ମଜବୁତ କରିବା ପାଇଁ ପୁରାଣରେ ଅନେକ ବ୍ରତ ରହିଛି। ଏହି ବ୍ରତର ଗୁଣ ଏତେ ପ୍ରଭାବଶାଳୀ ଯେ ଦାମ୍ପତ୍ୟ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ପ୍ରେମର ଜୀବନ ମଧ୍ୟ ସବୁଦିନ ପାଇଁ ତିଷ୍ଠି ରହେ।
କରୋନାର ତୃତୀୟ ଲହରୀର ଭୟକୁ ଖାତିର ନ କରି କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଦର୍ଶନ କଟକଣାକୁ ଦେଖି ଦେଖାଯାଇଥିଲା ଏହି ଭିଡ।
ନୂଆବର୍ଷ ପାଖେଇ ଆସିଲେ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦିପନା ଜାଗିଉଠେ। ନୂଆବର୍ଷକୁ ସବୁ ଦୃଷ୍ଟିରୁ ମଙ୍ଗଳମୟ କରିବା ନେଇ ଲୋକେ କେତେ କ’ଣ କରନ୍ତି। କିନ୍ତୁ ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ ଅନୁଯାୟୀ ୨୦୨୨ ଆରମ୍ଭରେ କାଳସର୍ପ ଯୋଗ ରହିଛି।
ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି
ସାଧାରଣତଃ ମଶାଣି କଥା ଶୁଣିଲେ ମନରେ ଭୟ ଆସେ । ଅନେକ କଳ୍ପନା କଳ୍ପନା ଆଉ ଆଇମା’ ଠାରୁ ଶୁଣିଥିବା ଭୂତ କାହାଣୀ କଥା ମନେ ପଡି ଯାଏ । ମଶାଣି କେବଳ ମୃତ ଲୋକ ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ମନେ ହୁଏ । ମାତ୍ର ଏମିତି ଏକ ମଶାଣି ଅଛି, ଯେଉଁଠାକୁ ଲୋକମାନେ ବୁଲିବାକୁ ଯାଆନ୍ତି ।