• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସୁଛି ମହାଶିବରାତ୍ରୀ । ମହାଶିବରାତ୍ରୀରେ ଜାଗର ଜାଳିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଭକ୍ତ । ଭୋଳାବାବାଙ୍କ ସେହି ମହାଦୀପକୁ ଦର୍ଶନ କରିବାକୁ ଭକ୍ତମାନେ ଚାହିଁ ରହିଛନ୍ତି । ହେଲେ ଜାଣିଛନ୍ତି କି ? ଆସନ୍ତା ଶିବରାତ୍ରୀ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱତନ୍ତ୍ର ରହିଛି ।

ପ୍ରତିବର୍ଷ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହାସମାରୋହରେ ହୋଇଥାଏ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚୁତୁର୍ଦ୍ଦଶୀ ତିଥିରେ ଏହି ବିବାହ ଉତ୍ସବ କରାଯାଏ । ସେମାନଙ୍କ ଏହି ମିଳନକୁ ମହା ଶିବରାତ୍ରୀ ବୋଲି କୁହାଯାଏ । ବିଶ୍ୱାସ ରହିଛି ମହା ଶିବରାତ୍ରୀ ଦିନ ଯେଉଁ ବ୍ୟକ୍ତି ଭକ୍ତିର ସହ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଆରାଧନା କରନ୍ତି, ତାଙ୍କୁ ମହାଦେବଙ୍କ ଅଶେଷ କୃପା ଲାଭ ହୋଇଥାଏ ।

ଅଧିକ ପଢ଼ନ୍ତୁ: ମହାଶିବରାତ୍ରୀରେ ବାବାଙ୍କ ନିକଟରେ ଲାଗି କରନ୍ତୁ ଏହି ଭୋଗ, ପୂରଣ ହେବ ମନସ୍କାମନା

ହେଲେ ଏଥର ମହା ଶିବରାତ୍ରୀ ସ୍ୱତନ୍ତ୍ର ରହିଛି । ଯାହା ଲୋକମାନଙ୍କୁ ବିଶେଷ ଭାବେ ଶୁଭଫଳ ପ୍ରଦାନ କରିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗତ ୩୦ ବର୍ଷ ପରେ ଏପରି ସଂଯୋଗ ହୋଇଛି । ମହା ଶିବରାତ୍ରୀ ଠାରୁ ଅନେକ ରାଶିଙ୍କୁ ବିଶେଷ ଶୁଭ ଫଳ ମିଳିବ ।

ମହା ଶିବରାତ୍ରୀ ଦିନ ଶିବଙ୍କ ଉପରେ କ୍ଷୀର ଚଢ଼ାନ୍ତୁ । ଏହା କରିବା ଦ୍ୱାରା ଗ୍ରହ ଦୋଷ, ପିତୃ ଦୋଷ ପରି ଅନେକ ଦୋଷ କ୍ଷୟ ହୋଇପାରେ । ତାହାଛଡ଼ା ଏହି ସମୟରେ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଅନେକ ଶୁଭ ଫଳ ମିଳିବ ।