/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678984072.jpg)
Temple Bell
ଭାରତ ହେଉଛି ଏକ ଈଶ୍ୱର ବିଶ୍ୱାସୀ ଦେଶ । ହିନ୍ଦୁ ଧର୍ମ ଅନୁଯାୟୀ ପ୍ରାୟ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଥା’ନ୍ତି ଏବଂ ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥା’ନ୍ତି । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି ।
ଆମ ହିନ୍ଦୁ ଧର୍ମ ଅନୁସାରେ ମନ୍ଦିର ବାହାରେ ଘଣ୍ଟି ବାନ୍ଧିବାର ପରମ୍ପରା ରହିଛି । ଯାହାକି ଶତାବ୍ଦୀ ପୁରୁଣା । କିନ୍ତୁ ଆପଣ ଜାଣନ୍ତି କି, ମନ୍ଦିର ବାହାରେ ଘଣ୍ଟି କାହିଁକି ବନ୍ଧାଯାଇଥାଏ ? ଏହା ପଛର କାରଣ କ’ଣ ରହିଛି ? ଆସନ୍ତୁ ଜାଣିବା...
ଅଧିକ ପଢ଼ନ୍ତୁ: ବୈଜ୍ଞାନିକ ମତ; ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡରେ ମୁଦି
ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି । ଆହୁରି ମଧ୍ୟ କୁହାଯାଏ କି, ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲା ସେବେର ଧ୍ୱନୀ ଘଣ୍ଟିର ଶବ୍ଦ ପରି ଶୁଣିବାକୁ ମିଳିଥିଲା । ଘଣ୍ଟିର ଶବ୍ଦ ସୃଷ୍ଟିର ପ୍ରଥମ ଧ୍ୱନୀ ବୋଲି ବିବେଚନା କରାଯାଏ ।
ଘଣ୍ଟିକୁ ନେଇ ଆହୁରି ଅନେକ କଥା ରହିଛି । କୁହାଯାଏ ପୃଥିବୀ ଯେବେ ଧ୍ୱଂସ ହେବ ସେତେବେଳେ ଖୁବ୍ ଜୋରରେ ଘଣ୍ଟି ବାଜିବା ପରି ଶବ୍ଦ ଶୁଣାଯିବ । ମନ୍ଦିରରେ ଘଣ୍ଟି ଲାଗାଯିବା ପଛର କାରଣ କେବଳ ଧାର୍ମିକ ନୁହେଁ, ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଘଣ୍ଟିର ଶବ୍ଦ ସମାଜ ପାଇଁ ବହୁତ ଭଲ । ଘଣ୍ଟି ବାଜିବା ଦ୍ୱାରା ତାର କମ୍ପନ ଅନେକ ଦୂରଯାଏ ଶୁଣାଯାଇଥାଏ ।
ଏହି କମ୍ପନର ଶବ୍ଦ ଦ୍ୱାରା ବାୟୁମଣ୍ଡଳର ଜୀବାଣୁମାନେ ନଷ୍ଟ ହୋଇଥା’ନ୍ତି । ଘଣ୍ଟିର ଶବ୍ଦ ମନ୍ଦିରର ଆଖପାଖ ପରିବେଶକୁ ଶୁଦ୍ଧ ରଖିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି । କୁହାଯାଏ ଯେଉଁ ସ୍ଥାନରେ ବାରମ୍ବାର ଘଣ୍ଟି ବାଜିଥାଏ ତାର ଆଖପାଖ ପରିବେଶ ଶୁଦ୍ଧ ରହିଥାଏ । ଘଣ୍ଟି ବାଜିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେବା ସହ ଲୋକଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)