/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708768805.jpg)
Biryani is served as prasad
ମନ୍ଦିରର ପ୍ରସାଦ ପ୍ରାୟତଃ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଓଷା, ବ୍ରତ ହେଲେ ନିରାମିଷ ଖାଦ୍ୟ ପାଇଁ ଆମେ ମନ୍ଦିର ଚାଲିଯାଉ। ସେଠାରେ ଠାକୁରଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରୁ। ହେଲେ ଏମିତି ଅନେକ ମନ୍ଦିର ଅଛି ଯେଉଁଠି ଆମିଷ ଭୋଗ କରାଯାଏ। ଆମିଷରେ ମାଛ ଭୋଗ କଥା ଆମେ ଦେବୀପୀଠରେ ଦେଖିଥାଉ। ମାତ୍ର ଏପରି ଏକ ମନ୍ଦିର ଅଛି ଯେଉଁଠି ପ୍ରସାଦରେ ମଟନ୍ ବିରିୟାନୀ ମିଳେ।
ଦେଶରେ ଏପରି ଅନେକ ମନ୍ଦିର ଅଛି, ଯାହା ସେମାନଙ୍କର ସ୍ଥାପତ୍ୟ ଶୈଳୀ, ପ୍ରସାଦ ଯୋଗୁଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେଥିମଧ୍ୟରୁ ତାମିଲନାଡୁର ମଦୁରାଇ ଜିଲ୍ଲାର ତିରୁମାଙ୍ଗାଲମ୍ ତାଲୁକର ଭାଦକମ୍ପଟ୍ଟୀରେ ଥିବା ମନ୍ଦିର ଅନ୍ୟତମ। ମଦୁରାଇ ଜିଲ୍ଲାର ମୁନିୟାନନ୍ଦୀ ସ୍ୱାମୀ ମନ୍ଦିରରେ ଏକ ଉତ୍ସବ ପାଳନ ହୁଏ,ଯାହାପରେ ସେଠାରେ ବିରିୟାନୀ ପ୍ରସାଦ ଲାଗି ହୁଏ।
ଏହି ଉତ୍ସବ ଦକ୍ଷିଣ ତାମିଲନାଡୁରେ ପାଳନ କରାଯାଏ। ଏଠାରେ ଲୋକମାନେ କ୍ଷତ୍ରିୟ ଦେବତା, ଭଗବାନ ଶିବ ଓ ଶକ୍ତିଙ୍କୁ ଉପାସନା କରନ୍ତି। ମୁନିୟାନନ୍ଦୀ ସ୍ୱାମୀ ମନ୍ଦିରରେ ବର୍ଷକୁ ତିନି ଦିନ ପାଇଁ ବାର୍ଷିକ ଉତ୍ସବ ପାଳନ କରାଯାଏ । ଏଠାରେ, ଭକ୍ତମାନଙ୍କୁ ପ୍ରସାଦ ଭାବରେ ଗରମ ମଟନ୍ ବିରିୟାନୀ ପ୍ରଦାନ କରାଯାଏ। ବାସ୍ତବରେ, ଏହି ମନ୍ଦିରରେ ୮୩ବର୍ଷ ଧରି ଏହି ପରମ୍ପରା ପାଳନ କରାଯାଉଛି। ମନ୍ଦିରରେ ଉପସ୍ଥିତ ଭକ୍ତ ଏବଂ ମନ୍ଦିର ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିରିୟାନୀ ଦିଆଯାଇଥାଏ।
ଏହି ବିରିୟାନୀ ତିଆରି କରିବା ପାଇଁ ଶହ ଶହ ଛେଳି ବଳି ଦିଆଯାଏ । ଅନେକ ରୋଷେୟା ଏକତ୍ର ମିଶି ଏହାକୁ ପ୍ରସ୍ତୁତ କରନ୍ତି। କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ଏହି ମହାନ ମହୋତ୍ସବ ମୁନିୟାନନ୍ଦୀ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆୟୋଜିତ କରାଯାଇଥାଏ।
#WATCH | Madurai, Tamil Nadu: Devotees throng the annual festival at Muniyandi Swami Temple, where biryani is served as prasadam. Locals believe that biryani is the favourite food of the deity, Lord Muniyandi. pic.twitter.com/jb9rHaqmqK
— ANI (@ANI) February 23, 2024
ଏହି ଉତ୍ସବ ୧୯୭୩ ମସିହାରେ ମଦୁରାଇ ଜିଲ୍ଲାର ଭଦକମପଟ୍ଟି ଗାଁର ଜଣେ ହୋଟେଲ ବ୍ୟବସାୟୀ ଆରମ୍ଭ କରିଥିଲେ । ତାଙ୍କର ବ୍ୟବସାୟ ଭଲ ଚାଲିଥିଲା ​ଓ ସେ ଭଲ ଲାଭ କରୁଥିଲେ। ଯେଉଁଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ବଡ଼ ଭୋଜି ଆରମ୍ଭ କରିଥିଲେ। ତେବ ଆଶ୍ଚର୍ଯ୍ୟର କଥା ହେଉଛି ଏହା ପରଠାରୁ ଗାଁର ପ୍ରାୟ ସମସ୍ତ ଲୋକ ହୋଟେଲ ବ୍ୟବସାୟୀ ହୋଇଗଲେ। ସେବେଠାରୁ, ପ୍ରତିବର୍ଷ ଏହି ପର୍ବ ମାଧ୍ୟମରେ ଏହି ଲୋକମାନେ ସେମାନଙ୍କର ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି।
ଏହି ହୋଟେଲଗୁଡିକରେ ଆମିଷ ହିଁ ମିଳିଥାଏ। ହୋଟେଲଗୁଡିକର ନାଁରେ ସ୍ଥାନୀୟ ଦେବତାଙ୍କ ନାଁ ଅନୁସାରେ ଦିଆଯାଏ। ବର୍ତ୍ତମାନ ଦକ୍ଷିଣ ଭାରତରେ ୫୦୦ ରୁ ଅଧିକ ମୁନିୟାନନ୍ଦୀ ହୋଟେଲ ଅଛି। ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଭଗବାନ ମୁନିୟାନନ୍ଦୀ ବିରିୟାନି ଭଲ ପାଆନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)