କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି । ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ । ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା ।
ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି ।
ସୋସିଆଲ ମିଡିଆ ପୋଷ୍ଟ ସହିତ ଏହି ମାମଲା ଜଡିତ ବୋଲି ପୋଲିସ୍ କହିଛନ୍ତି । ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଫେସବୁକରେ ଆପତ୍ତିଜନକ ପୋଷ୍ଟ ପରେ ହିଁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଘର ତଥା ପରିବାରକୁ ଜଗିଥିଲା
ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ କରିବା ନେଇ ଉତ୍ତେଜନା ଦେଖାଦେଇଛି। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ। ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କ୍ରମଶଃ କମୁଥିବା ଦେଖାଯାଏ। କୁହାଯାଉଛି ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ କିଛି ଚିହ୍ନବର୍ଣ୍ଣ ରହିବ ନାହିଁ।
ରବିବାର ଦିନ କରାଚିରେ ଥିବା ପ୍ରେସ କ୍ଲବ ବାହାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏହି ବିକ୍ଷୋଭରେ ଭାଗ ନେଇଥିଲେ । ହିନ୍ଦୁ ସମ୍ପ୍ରଦାୟ ବ୍ୟତୀତ ଶିଖ, ପାର୍ସି, ଖ୍ରୀଷ୍ଟିଆନ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ । ନିକଟରେ ମନ୍ଦିରରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରିବା ସହ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ