ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।
ଅନ୍ୟ ନାରୀ ସହ ସମ୍ପର୍କ ପାଇଁ ରାଜାଙ୍କୁ ଅକାଳ ବାର୍ଦ୍ଧକ୍ୟର ଅଭିଶାପ ମିଳିଲା, କିନ୍ତୁ ସେ ଅଭିଶପରୁ ମୁକ୍ତିର ବାଟ ବିଷୟରେ କ'ଣ କହିଲେ ଶୁକ୍ରଚାର୍ଯ୍ୟ ? ବିବାହ ନକରି ଗୋପନରେ କେମିତି ମା ହେଲେ ରାଜକୁମାରୀ ଶର୍ମିଷ୍ଠା ?
ଶୂନଶାନ ରାତିରେ ଲୋକାରଣ୍ୟ ରାଜବାଟି । ଟାଙ୍ଗିଆ ଧରି ମନ୍ଦିରରୁ ବାହାରୁଛନ୍ତି ବଳି ନାୟକ। ଆଉ ତାଙ୍କୁ ଦେଖି ଧାଉଁଛନ୍ତି ଜନତା। ଧିରେ ଧିରେ ବେଗ ଧରୁଛି କାଳିସୀଙ୍କ ଗତି, ମାନେ ସେ ବି ଧାଉଁଛନ୍ତି ଖୁବ୍ ଜୋରରେ। ଦର୍ଶକବନ୍ଧୁ ଏ ପରାମ୍ପରା ସାରା ଓଡ଼ିଶାରେ ନିଆରା।
କାଳନ୍ଦୀ ହ୍ରଦରେ କୃଷ୍ଣଙ୍କୁ ଦଂଶନ କଲା କାଳୀନାଗ, ମୂର୍ଚ୍ଛା କୃଷ୍ଣଙ୍କୁ ଡେଣାରେ ଝାଡ଼ି ଅମର ଲଡ଼ୁ ଭୁଞ୍ଜାଇଲେ ଗରୁଡ଼, କାଳୀୟଦଳନ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର...
ଦିନ ନା ରାତିରେ ବିବାହ କେତେବେଳେ ହେବା ଉଚିତ? ଏହି ପ୍ରଶ୍ନର ଉତ୍ତର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀଶ୍ରୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଜୀ ପ୍ରଦାନ କରିଛନ୍ତି। ଶାସ୍ତ୍ର ଅନୁଯାୟୀ ବିବାହ ପାଇଁ ରାତି ନା ଦିନ କେଉଁ ସମୟ ଠିକ ଆସନ୍ତୁ ଜାଣିବା।
ସନାତନ ଧର୍ମରେ ଅନେକ କିଛି ପରମ୍ପରା ରହିଛି। ସେ ବିବାହ ହେଉ କି ଜନ୍ମ ବା ମୃତ୍ୟୁକୁ ନେଇ ଅନେକ ସାମାଜିକ ବ୍ୟବସ୍ଥା କେଉଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଆଜିର ଏହି ଆଧୁନିକ ଯୁଗରେ ଏ ସବୁର ବା ଆବଶ୍ୟକତା କ’ଣ? ଆଜିର ସମୟରେ ଆମେ ଏହାକୁ କାହିଁକି ପାଳନ କରିବା?
ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି।
ଭାଗବତ ଦାସ ବ୍ରହ୍ମଚାରୀ । ବୟସ ବେଶି ନୁହେଁ, ଏଇ ମାତ୍ର ୪ ବର୍ଷ । ହେଲେ ଏବେ ସବୁଠି ସେ ପରିଚିତ । ଏକ ଘରୋଇ ଟଭି ଚ୍ୟାନେଲର ରିଆଲିଟି ସୋ’ରୁ ଦର୍ଶକଙ୍କ ନଜରକୁ ଆସିଥିବା ଭାଗବତ ଏବେ ସବୁଠି ଚର୍ଚ୍ଚାରେ ।
ପ୍ରତିବର୍ଷ ଭିଲୁପୁରାମର ଥିରୁଭାନ୍ନାଲୁର ଗାଁର ଦୁଇଟି ପାହାଡର ମିଳନସ୍ଥଳରେ ଥିବା ଏକ ଛୋଟ ମନ୍ଦିରରେ ପ୍ରଭୁ ମୁରୁଗାଙ୍କର ପାଙ୍ଗୁନି ଉଥିରାମ ମହୋତ୍ସବ ପାଳନ କରାଯାଏ। ଏଥିରେ ଶତାଧିକ ସନ୍ତାନହୀନ ଦମ୍ପତି ପ୍ରଭୁ ମୁରୁଗାଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା କରନ୍ତି।
ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ବିଶ୍ୱାସର କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ସୂକ୍ଷ୍ମ ଶରୀର ଆଗକୁ ଯାଏ ।
ପୂର୍ବରୁ ହିନ୍ଦୁ ପକ୍ଷ ଏଠାରେ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ। ଏହାର ଶୁଣାଣି କରି ଜାନୁଆରି ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ।
କେବଳ ଗାଁ ନୁହେଁ, ଦୂର ସ୍ଥାନରୁ ଲୋକମାନେ ମଧ୍ୟ ଏଠାକୁ ବିରିୟାନୀ ଖାଇବାକୁ ଆସିଥାନ୍ତି । ଗାଁ ବ୍ୟତୀତ ଏହି ବିରିୟାନୀକୁ ମଧ୍ୟ ମଦୁରାଇରେ କ୍ୟାମ୍ପ ସ୍ଥାପନ କରି ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ।
ସାରଳା ଦାସଙ୍କ ‘ମହାଭାରତ’ର ବନ ପର୍ବରେ ଅର୍କକ୍ଷେତ୍ର ବିଷୟରେ ଉଲ୍ଲେଖ ଅଛି ଯେ ମକର ମାସ ଅର୍ଥାତ ପବିତ୍ର ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଦେବ ‘ଅର୍କ’ ନାମକ ଏକ ଦୈତ୍ୟକୁ ପାତାଳକୁ ଚାପିଦେଇଥିଲେ। ଏହା ପରେ ଏହି କ୍ଷେତ୍ର ଅର୍କକ୍ଷେତ୍ର ଭାବେ ପରିଚିତ ହୋଇଥିଲା।
ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକରେ ଗୀତା ପଢିବେ ।
ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମାମଲାର ଶୁଣାଣି ସମୟରେ ଆଗାମୀ ସାତ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ଲୋକମାନେ ଅଭିଯୋଗ କରିଛନ୍ତି ଯେ ଭଗବାନ ଶିବ, ରାମ ଏବଂ କୃଷ୍ଣଙ୍କ ସମେତ ହିନ୍ଦୁ ଦେବତାଙ୍କୁ ପୂଜା ନକରିବା ଏବଂ ବୌଦ୍ଧ ଧର୍ମକୁ ପାଳନ ନକରିବା ପାଇଁ ପ୍ରଧାନ ଶିକ୍ଷକ ସେମାନଙ୍କୁ ଶପଥପାଠ କରାଇଛନ୍ତି।
ଏବେ ଅଯୋଧ୍ୟାରେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ଠିଆ ହୋଇଛି। ଅତୀତରେ ଶ୍ରୀରାମଙ୍କ ମନ୍ଦିର ତାଙ୍କ ଜନ୍ମସ୍ଥାନରେ କେଉଁଠାରେ ଥିଲା, ଏହାକୁ କିପରି ପୂଜା କରାଯାଉଥିଲା ଏବଂ ଏହାକୁ କିଏ ନିର୍ମାଣ କରିଥିଲେ ତାହା ସମସ୍ତଙ୍କ ଭିତରେ କୌତୁହଳ ସୃଷ୍ଟି କରେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର କୁହାଯାଏ ଆସନ୍ତୁ ଜାଣିବା।
ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ଏହା ମାନବକୁ କରିଦିଏ ମହାମାନବ।
ରାମ ମନ୍ଦିରରେ ଉଡିବାକୁ ଥିବା ସ୍ୱତନ୍ତ୍ର ପତାକା ମଧ୍ୟ ମଧ୍ୟପ୍ରଦେଶର ରେୱାଠାରେ ପ୍ରସ୍ତୁତ କରାଯାଇଛି। ଏହି ପତାକାରେ ସୂର୍ଯ୍ୟଙ୍କ ସହିତ ସ୍ୱତନ୍ତ୍ର କୋଭିଦାର ବୃକ୍ଷ ଚିତ୍ରିତ ହୋଇଛି। ଏହା ପଛରେ କେଉଁ କାରଣ ରହିଛି ଆସନ୍ତୁ ଜାଣିବା।
ପାହାଡ଼ ପର୍ବତ ଭିତରେ ମହାଦେବଙ୍କ ମନ୍ଦିର । ଚାରିପଟେ ଯୁଆଡ଼େ ଚାହିଁବେ ସିଆଡ଼େ କେବଳ ଜଙ୍ଗଲ ଆଉ ଜଙ୍ଗଲ । ମନ୍ଦିରର ନିର୍ମାଣ ଶୈଳୀ ଦେଖିଲେ ଏହାର ଆୟୁ ଅନୁମାନ କରି ହେଉଥିବ ।
ମନ୍ଦିର ଟ୍ରଷ୍ଟ୍ ଯତ୍ନର ସହ ଏକ ସାତ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ଯେଉଁଥିରେ ରୀତିନୀତି ଏବଂ କାର୍ଯ୍ୟକ୍ରମର ଏକ ଶୃଙ୍ଖଳା ରହିଛି। ଅଭିଷେକ ସମାରୋହ ପାଇଁ ମାହୋଲ ଦେଖାଯାଉଥିବା ବେଳେ ପ୍ରାୟଶ୍ଚିତ ସମାରୋହ ଏବଂ ଦଶବିଧ ସ୍ନାନ ସହ ଏହି କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହେଉଛି। ଆସନ୍ତୁ ପୂରା କାର୍ଯ୍ୟକ୍ରମ ବିଷୟରେ ଜାଣିନେବା।
ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ କାହିଁକି ଚୁପ୍ ବସିଛି ASI ? ୫ ବର୍ଷ ତଳେ ୪ ଏପ୍ରିଲ ୨୦୧୮ରେ ASI ଏକ ରିପୋର୍ଟରେ ସ୍ପଷ୍ଟ ଲେଖିଥିଲା ଯେ, ଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ମରାମତି ଅତ୍ୟନ୍ତ ଜରୁରୀ l